Crackdown on Gambling puri delanga: ପୁଲିସ ଭୟରେ ପୁରୁଷ ଶୂନ୍ୟ ହେଇଯାଉଛି ଗାଁ, ୪ ଦିନ ହେଲା ଅଶାନ୍ତି, ପହଞ୍ଚିଲେ ବିଧାୟକ

ପୁରୀ: ପୁଲିସ ଭୟରେ ଗାଁରେ ରହୁ ନାହାନ୍ତି ପୁରୁଷ। କାଳେ ଅଚାନକ ଚଢ଼ାଉ ହେବ ଏଥିପାଇଁ ଯିଏ ଯୁଆଡ଼େ ପାରିଛନ୍ତି ଛୁ ମାରିଛନ୍ତି। ଗାଁରେ ୪ ଦିନ ଧରି ଅଶନ୍ତାରି ପରିବେଶ ଲାଗି ରହିଛି। ଏହି ଘଟଣା ଘଟିଛି ପୁରୀ ଡେଲାଙ୍ଗ ବ୍ଲକ କଲ୍ୟାଣପୁର ଗାଁରେ। ଗାଁ ମେଳଣରେ ଚାଲିଥିବା ଜୁଆ ଆଡା ଉପରେ ପୁରୀ ପୋଲିସର ସ୍ଵତନ୍ତ୍ର ଟିମ ଚଢ଼ାଉ କରୁଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଆଉ ସେହି ଦିନ ଠାରୁ ଗାଁରେ ଅଶାନ୍ତି ଲାଗି ରହିଛି।

ପୁଲିସ ଆକ୍ରମଣକାରୀଙ୍କୁ ଖୋଜୁଛି। ଆହତ ହୋଇଥିବା ପୁରୀ ପୋଲିସର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ୨୩ ଜଣଙ୍କ ନାଁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ୪ଦିନ ଭିତରେ ଗାଁରୁ ୧୪ଜଣଙ୍କୁ ପୋଲିସ ଉଠେଇ ନେବା ପରେ ଗାଁର ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ଅଚାନକ ଚଢ଼ାଉ କରି ଗାଁରେ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ଏବେ ଭୟରେ ପୂରା ଗାଁ। ଯାହାପାଇଁ ଆଜିକୁ ୪ଦିନ ଧରି ପୁରୁଷ ଶୂନ୍ୟ ହୋଇ ପଡ଼ିଛି କଲ୍ୟାଣପୁରୁ।

କଲ୍ୟାଣପୁର ଗାଁରେ କିଛି ଲୋକଙ୍କ ପୁଅ ଝିଅ ବାହାଘର କାର୍ଯ୍ୟ ଥିଲେ ସୁଦ୍ଧା ଏହି ଭୟରେ ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପଟେ ଯେଉଁମାନଙ୍କୁ ପୋଲିସ ଗିରଫ କରିଛି ସେମାନେ ନିର୍ଦ୍ଦୋଷ ସେମାନଙ୍କୁ ଛାଡ଼ି ଦେବା ପାଇଁ ମହିଳାମାନେ ଦାବି କରିଛନ୍ତି। ୪ଦିନ ଧରି ମହିଳା ନିଜ ଜିଦରେ ଅଟଳ ଥିବାବେଳେ ଆଜି ଖବର ପାଇ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଗାଁରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଛନ୍ତି। ଖୁବ୍ ଶୀଘ୍ର ଏହି ଘଟଣାର ସମାଧାନ ହେବ ବୋଲି କଲ୍ୟାଣପୁରୁ ଗ୍ରାମବାସିଙ୍କୁ ଆଶ୍ୱାସନା ଦେଇଛନ୍ତି ବିଧାୟକ।

 

 

ସୌଜନ୍ୟ Prameya News7