ଜୀବନଚର୍ଯ୍ୟା

Crash Diet: କାଳ ସାଜିପାରେ କ୍ରାସ୍‌ ଡାଏଟ୍‌ ! ଅଳ୍ପ ଦିନରେ ଓଜନ କମାଇବାର ଜିଦ୍ ଡାକି ଆଣିପାରେ ବିପଦ ! ଜାଣନ୍ତୁ କ୍ରାସ୍ ଡାଏଟ୍ ଦ୍ୱାରା କ’ଣ ହୋଇପାରେ ଅସୁବିଧା ?

ଦିନକୁ ଦିନ ଜୀବନଶୈଳୀରେ ପରିବର୍ତ୍ତନ ଓ ଖାଦ୍ୟପେୟରେ ଅନିୟମିତତା ଦେଖାଯାଉଛି। ଅଧିକ କାର୍ଯ୍ୟଚାପ ଓ ରାତି ଅନିଦ୍ରା ମଧ୍ୟ ଶରୀରକୁ ବିଗାଡ଼ିବାରେ ଲାଗିଛି। ଏହା ଯୋଗୁ ମେଦବହୁଳତା ବଢ଼ୁଛି...

ଭୁବନେଶ୍ବର: ଦିନକୁ ଦିନ ଜୀବନଶୈଳୀରେ ପରିବର୍ତ୍ତନ ଓ ଖାଦ୍ୟପେୟରେ ଅନିୟମିତତା ଦେଖାଯାଉଛି। ଅଧିକ କାର୍ଯ୍ୟଚାପ ଓ ରାତି ଅନିଦ୍ରା ମଧ୍ୟ ଶରୀରକୁ ବିଗାଡ଼ିବାରେ ଲାଗିଛି। ଏହା ଯୋଗୁ ମେଦବହୁଳତା ବଢ଼ୁଛି। ଯାହା ପାଇଁ ଆଜି ସମସ୍ତେ ଚିନ୍ତାରେ ରହୁଛନ୍ତି। ଏହାପରେ ଆରମ୍ଭ ହେଉଛି ବିଭିନ୍ନ ପ୍ରକାର ଡାଏଟ୍‌ ପ୍ଲାନ୍‌। ନିଜକୁ ଫିଟ୍‌ ଓ ପତଳା ହେବା ପାଇଁ ଖାଦ୍ୟ କମାଇବା ଠାରୁ ଆରମ୍ଭ କରି ବ୍ୟାୟାମ୍‌ ଆଦି କରୁଥିବାର ନଜର ଆସୁଛନ୍ତି। ଏହାରି ଭିତରେ କ୍ରେଜ୍‌ରେ ଆସିଛି କ୍ରାସ୍‌ ଡାଏଟ୍‌। ତେବେ ଆସନ୍ତୁ ଜାଣିବା କ୍ରାସ୍ ଡାଏଟ୍ କ’ଣ ଏବଂ ଏହାଦ୍ୱାରା କ’ଣ ସବୁ ଅସୁବିଧା ହୋଇପାରେ।

କ୍ରାସ୍ ଡାଏଟ୍ କ’ଣ ? 

ଏକ୍ସପର୍ଟଙ୍କ ମତରେ ଦ୍ରୁତଗତିରେ ଓଜନ ହ୍ରାସ ପାଇଁ ଆଜିକାଲି କ୍ରାସ୍ ଡାଏଟ୍‌ର ତରିକାକୁ ଆପଣାଉଛନ୍ତି । ଏହା ଡାଏଟିଂର ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି ଖୁବ୍ କମ୍ କ୍ୟାଲୋରୀ ଖାଇ ଓଜନ ହ୍ରାସ କରିଥାଏ। ଉଦାହରଣ ସ୍ୱରୂପ, ଜଣେ ସୁସ୍ଥ ବ୍ୟକ୍ତିକୁ ଦୈନିକ ପ୍ରାୟ ୨୫୦୦ କ୍ୟାଲୋରୀ ଆବଶ୍ୟକ ହୋଇଥାଏ। କିନ୍ତୁ କ୍ରାସ୍ ଡାଏଟ୍ କରୁଥିବା ବ୍ୟକ୍ତି ଦିନରେ ମାତ୍ର ୭୦୦ରୁ ୯୦୦ କ୍ୟାଲୋରୀ ଖାଇଥାନ୍ତି। ଆହୁରି ମଧ୍ୟ କ୍ରାସ ଡାଏଟ୍ ଜରିଆରେ ଜଣେ ବ୍ୟକ୍ତି ଏକ ସପ୍ତାହ ମଧ୍ୟରେ ପାଖାପାଖି ୩ କିଲୋ ଓଜନ ହ୍ରାସ କରିପାରିବେ। ଖାଲି ଏତିକି ନୁହେଁ ଏହି ଡାଏଟ୍ ନେଉଥିବା ଅନେକ ବ୍ୟକ୍ତି ଲୁଣ ଜମାରୁ ଖାଆନ୍ତି ନାହିଁ। ଏପରିକି ଦୈନିକ କ୍ୟାଲୋରୀ ଖାଦ୍ୟରେ ବହୁତ କମ୍ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଗ୍ରହଣ କରିଥାନ୍ତି, ଯେଉଁ କାରଣରୁ ଗୋଟିଏ ସପ୍ତାହରେ ବହୁତ ଓଜନ କମିଯାଇଥାଏ।

କ’ଣ ସବୁ ବିପଦ ରହିଛି ?

କ୍ରାସ୍ ଡାଏଟ୍‌କୁ ପ୍ରାୟତଃ ଲାଇମଲାଇଟ୍ରେ ରହୁଥିବା ବ୍ୟକ୍ତି ତଥା ସେଲିବ୍ରିଟିମାନେ ଅନୁକରଣ କରିଥାନ୍ତି। ଯେହେତୁ କ୍ରାସ୍ ଡାଏଟ୍‌ରେ ଶରୀରକୁ ବହୁତ କମ୍ ପୋଷଣ ମିଳେ, ସେଥିପାଇଁ ଏହା ଶରୀର ପାଇଁ ଅନେକ ବିପଦ ମଧ୍ୟ ସୃଷ୍ଟି କରିଥାଏ। ତେବେ ଯଦି ପୂର୍ବରୁ ଆପଣଙ୍କ ଶରୀରରେ ଅନ୍ୟ କିଛି ରୋଗ ଥାଏ ତେବେ ଏହା ପ୍ରାଣଘାତୀ ମଧ୍ୟ ସାବ୍ୟସ୍ତ ହୋଇପାରେ। ତେବେ ରକ୍ତଚାପ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନଙ୍କ ପାଇଁ କ୍ରାସ୍ ଡାଏଟ୍ ଅତ୍ୟନ୍ତ ବିପଦଜନକ ହୋଇଥାଏ । କେହି ଯଦି ଦୀର୍ଘ ସମୟ ଧରି କ୍ରାସ୍ ଡାଏଟ୍ କରୁଛନ୍ତି ତେବେ ସେ ଅବସାଦ, ଚିନ୍ତା, ମାଂସପେଶୀ ହ୍ରାସ, ଦୁର୍ବଳ ହାଡ଼, କେଶ ଝଡ଼ିବା, ମଧୁମେହ, ନିଦ୍ରାହୀନତା, ଦୁର୍ବଳତା, ଡିହାଇଡ୍ରେସନ୍ ଏବଂ ରକ୍ତହୀନତାର ସମସ୍ୟା ଆଦିରେ ପୀଡ଼ିତ ହୋଇପାରନ୍ତି।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button