ଖେଳ

Cricket: କ୍ରିକେଟ୍‌ ଅଷ୍ଟ୍ରେଲିଆ ଦଳରେ ୩ ଭାରତୀୟ ବଂଶୋଦ୍ଭବ

ଭାରତୀୟ ମୂଳର ଦୁଇ ଯୁବ କ୍ରିକେଟର୍‌ ଜେର୍ସିସ୍‌ ୱାଡିଆ, ଆର୍ଯ୍ୟନ ଶର୍ମା, ଜାସନ ସାଙ୍ଗା କ୍ରିକେଟ୍‌ ଅଷ୍ଟ୍ରେଲିଆର ପାଥ୍‌ୱେ ଦଳରେ ସ୍ଥାନ ପାଇଛନ୍ତି। ଦକ୍ଷିଣ ଅଷ୍ଟ୍ରେଲିଆ ବ୍ୟାଟର୍‌ ଜେର୍ସିସ୍‌ଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ଦଳରେ ରହିଛନ୍ତି।

ସିଡ୍‌ନି:ଭାରତୀୟ ମୂଳର ଦୁଇ ଯୁବ କ୍ରିକେଟର୍‌ ଜେର୍ସିସ୍‌ ୱାଡିଆ, ଆର୍ଯ୍ୟନ ଶର୍ମା, ଜାସନ ସାଙ୍ଗା କ୍ରିକେଟ୍‌ ଅଷ୍ଟ୍ରେଲିଆର ପାଥ୍‌ୱେ ଦଳରେ ସ୍ଥାନ ପାଇଛନ୍ତି। ଦକ୍ଷିଣ ଅଷ୍ଟ୍ରେଲିଆ ବ୍ୟାଟର୍‌ ଜେର୍ସିସ୍‌ଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ଦଳରେ ରହିଛନ୍ତି। ଏହି ଦଳ ଡର୍‌ୱିନ୍‌ରେ ଅଗ‌ଷ୍ଟ ୬ରୁ ୮ ତାରିଖ ପର୍ଯ୍ୟନ୍ତ ବାଂଲାଦେଶ ପୁରୁଷ ଟେଷ୍ଟ୍‌ ଦଳ ସହ ଏକ ତିନିଦିନିଆ ମ୍ୟାଚ୍‌ ଖେଳିବ। ଆଡିଲେ୍‌ର ପ୍ରିମିୟର କ୍ରିକେଟ୍‌ ସିଷ୍ଟମ୍‌ ଦେଇ ଆସିଥିବା ଜେର୍ସିସ୍‌ ବିଗ୍‌ ମାସ୍‌ ଲିଗ୍‌ (ବିବିଏଲ୍‌)ରେ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଦଳରେ ସଦସ୍ୟ ଥିଲେ।

ବିବିଏଲ୍‌ରେ ମେଲ୍‌ବର୍ଣ୍ଣ ଷ୍ଟାର୍ସର ସଦସ୍ୟ

ସେହିଭଳି ଭି‌କ୍ଟୋରିଆ ଅଲ୍‌ରାଉଣ୍ଡର ଅର୍ଯ୍ୟନ ଓ ଆଡିଲେଡ ଷ୍ଟ୍ରାଇକର୍‌ ବ୍ୟାଟର୍‌ ସାଙ୍ଗା ଚେନ୍ନାଇରେ ହେବାକୁଥିବା ଏମ୍‌ଆର୍‌ଏଫ୍‌ ଏକାଡେମି କାର୍ଯ୍ୟକ୍ରମ ଲାଗି ଅଷ୍ଟ୍ରେଲିଆର ପୁରୁଷ ଡେଭ୍‌ଲପ୍‌ମେଣ୍ଟ୍‌ ଦଳରେ ସାମିଲ ହୋଇଛନ୍ତି। ଆର୍ଯ୍ୟନ ପୂର୍ବରୁ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ। ‌ମଧ୍ୟ ବିବିଏଲ୍‌ରେ ମେଲ୍‌ବର୍ଣ୍ଣ ଷ୍ଟାର୍ସର ସଦସ୍ୟ ରହିଥିଲେ। ଚେନ୍ନାଇରେ ଡେଭ୍‌ଲପ୍‌ମେଣ୍ଟ୍‌ ଦଳ ଅଗଷ୍ଟ ୫ରୁ୬ ଏବଂ ୧୦ରୁ ୧୧ ତାରିଖରେ ୨ଟି ଦୁଇଦିନିଆ ମ୍ୟାଚ୍‌ ଖେଳିବ। ବାଂଲାଦେଶ ବିପକ୍ଷ ଡର୍‌ୱିନ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଶିକ୍ଷକ ଟିମ୍‌ ନେଲସନ୍‌ ସିଏ ଏକାଦଶର ଦାୟିତ୍ବରେ ରହିବେ। ସେହିଭଳି ଚେନ୍ନାଇ ଗସ୍ତରେ ଡେଭ୍‌ଲପ୍‌ମେଣ୍ଟ ଦଳ ସହ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନ୍‌ ଓ ଆନ୍ଥୋନୀ କ୍ଲାର୍କ ଆସିବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button