Cricket : ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ ହରାଇଲା ୧୯ ବର୍ଷରୁ କମ ଭାରତୀୟ ଦଳ

୧୯ ବର୍ଷରୁ କମ୍ ଭାରତୀୟ ଦଳ ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ପରାସ୍ତ କରିଛି। ଭାରତ ପାଇଁ ବୈଭବ ସୂର୍ଯ୍ୟବଂଶୀ, ଅଭିଜ୍ଞାନ କୁଣ୍ଡୁ ଏବଂ କିଶନ କୁମାର ସିଂହ ଚମତ୍କାର ପ୍ରଦର୍ଶନ କରି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ବେନୋନି (ଦକ୍ଷିଣ ଆଫ୍ରିକା): ୧୯ ବର୍ଷରୁ କମ୍ ଭାରତୀୟ ଦଳ ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଭାରତ ପାଇଁ ବୈଭବ ସୂର୍ଯ୍ୟବଂଶୀ, ଅଭିଜ୍ଞାନ କୁଣ୍ଡୁ ଏବଂ କିଶନ କୁମାର ସିଂହ ଚମତ୍କାର ପ୍ରଦର୍ଶନ କରି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୪୫ ରନ୍‌ କରିଥିଲା। ତା’ପରେ ଭାରତ ୨ ୱିକେଟ୍‌ ହରାଇ ୧୦୩ ରନ କରିଥିଲା। ବର୍ଷା ହେବାରୁ ଡକୱର୍ଥ-ଲୁଇସ୍ ପଦ୍ଧତିରେ ଭାରତକୁ ୧୭୪ ରନ୍‌ର ଟାର୍ଗେଟ ଦେଇଥିଲା। ଭାରତ ମାତ୍ର ୨ଟି ୱିକେଟ୍‌ ହରାଇ ଏହି ଟାର୍ଗେଟ୍‌ ହାସଲ କରିନେଇଥିଲା ।

ଆରୋନ ଜର୍ଜ ଏବଂ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଦଳ ପାଇଁ ଇନିଂସ ଓପନ କରିଥିଲେ। ସେମାନେ ପ୍ରଥମ ୱିକେଟ୍‌ ପାଇଁ ୬୭ ରନର ଭାଗୀଦାରି କରି ବିଜୟର ମୂଳଦୁଆ ପକାଇଥିଲେ। ବୈଭବ ବିସ୍ଫୋରକ ବ୍ୟାଟିଂ କରିଥିଲେ, ୨୪ ବଲ୍ ରେ ମୋଟ ୬୮ ରନ୍‌ କରିଥିଲେ, ଯେଉଁଥିରେ ୧ ଚୌକା ଏବଂ ୧୦ ଛକା ଅନ୍ତର୍ଭୁକ୍ତ ଥିଲା। ଅଭିଜ୍ଞାନ କୁଣ୍ଡୁ ମଧ୍ୟ ଲଢୁଆ ବ୍ୟାଟିଂ କରିଥିଲେ। ସେ ୪୨ ବଲ୍ ରେ ୪୮ ରନ କରିଥିଲେ, ଯେଉଁଥିରେ ତିନୋଟି ଚୌକା ଏବଂ ଦୁଇଟି ଛକା ଅନ୍ତର୍ଭୁକ୍ତ ଥିଲା। ବେଦାନ୍ତ ତ୍ରିବେଦୀ ୩୧ ରନ କରିଥିଲେ। ଉଭୟ ଖେଳାଳି ଅପରାଜିତ ରହି ନିଜ ଦଳକୁ ବିଜୟୀ କରିବାରେ ସାହାଯ୍ୟ କରିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version