ଖେଳ

Cricket: ଶତକ ହାସଲ କରି ବ‌ିପକ୍ଷ ଦଳର ୭ ଜଣ ଖେଳାଳିଙ୍କୁ ଆଉଟ୍‌ କଲେ ଏହି ଯୁବ କ୍ରିକେଟର

ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ ସହ ବାଂଲାଦେଶକୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଏକ ଇନିଂସ ଏବଂ ୨୧୯ ରନ୍‌ରେ ପରାସ୍ତ କରିଛି। ସେଞ୍ଚୁରିଅନର ସୁପରସ୍ପୋର୍ଟସ ପାର୍କରେ ଖେଳାଯାଇଥିବା ଏହି ମୁକାବିଲାରେ ବାଂଲାଦେଶର ବ୍ୟାଟରଙ୍କ ପ୍ରଦର୍ଶନ ଦ୍ବିତୀୟ...

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ ସହ ବାଂଲାଦେଶକୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଏକ ଇନିଂସ ଏବଂ ୨୧୯ ରନ୍‌ରେ ପରାସ୍ତ କରିଛି। ସେଞ୍ଚୁରିଅନର  ସୁପରସ୍ପୋର୍ଟସ ପାର୍କରେ ଖେଳାଯାଇଥିବା ଏହି ମୁକାବିଲାରେ ବାଂଲାଦେଶର ବ୍ୟାଟରଙ୍କ ପ୍ରଦର୍ଶନ ଦ୍ବିତୀୟ ଇନିଂସରେ ନୈରାଶ୍ୟଜନକ ଥିଲା ଏବଂ ପୂରା ଟିମ୍‌ ୧୮୪ ରନ୍‌ ଅଲ୍‌ଆଉଟ୍‌ ହୋଇଥିଲେ। ଦ୍ବିତୀୟ ଇନିଂସରେ ବାଂଲାଦେଶର ତଂଜୀତ ହସନ ତମିମ ଏବଂ ମହଫିଜୁଲ ଇସଲାମ ଭଲ ବ୍ୟାଟିଂ କରିଥିଲେ ଏବଂ ପ୍ରଥମ ୱିକେଟ୍‌ ପାଇଁ ୫୮ ରନ୍‌ର ଭାଗିଦାରୀ କରିଥିଲେ। ଏଥିରେ ମହଫିଜୁଲଙ୍କ ୩୮ ରନ୍‌ର ଯୋଗଦାନ ଥିଲା। ମୋମିନୁଲ ହକ ନିଜର ଖାତା ଖୋଲିପାରି ନଥିଲେ। ଅଧିନାୟକ ନଜମୁଲ ହୁସେନ ୩୪ ରନ୍‌ ସଂଗ୍ରହ କରିବା ପରେ ବିାନ ମୁଲ୍ଡରଙ୍କ ଶିକାର ହୋଇଥିଲେ। ତୌହୀଦ ହିରୟାଦ ମଧ୍ୟ ଭଲ ଆରମ୍ଭ କରିପାରି ନଥିଲେ। ସେ ୩୩ ବଲ୍‌ରେ ୪୧ ରନ୍‌ ସଂଗ୍ରହ କରି ଆଉଟ ହୋଇଥିଲେ।

ଲିଟନ୍‌ ଦାସ ୧୫ ରନ୍‌ ସଂଗ୍ରହ କରିଥିଲା ବେଳେ ଜେକର ଅଲି ୨ ରନ୍‌ କରିପାରିଥିଲେ। ଶେରିଫୁଲ ଇସଲାମ (୦) ଏବଂ ତସ୍କିନ ଅହମଦ (୧୦ ରନ୍‌) କରି ଫେରିଥିଲେ। ଖଲିଲ ଅହମଦ ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ପାଳିରେ ଦକ୍ଷିଣ ଆଫ୍ରିକା ତରଫରୁ ବିୟାନ ମୁଲ୍ଡର ଚମତ୍କାର ବୋଲିଂ କରିଥିଲେ। ସେ ୧୧ ଓଭର ବୋଲିଂ କରି ୩୧ ରନ୍‌ ଖର୍ଚ୍ଚ କରିଥିଲେ ଏବଂ ୭ ୱିକେଟ୍‌ ନେଇଥିଲେ। ମାର୍କୋ ଜନସେନ ୨ ୱିକେଟ ଅକ୍ତିଆର କରିଥିଲା ବେଳେ କାଗିସୋ ରାବାଡ଼ାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

ରନ୍‌ ସ୍କୋର ସାରାଂଶ

ବାଂଲାଦେଶର ପୂରା ଟିମ୍‌ ପ୍ରଥମ ପାଳିରେ କେବଳ ୯୧ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ ହରାଇ ୪୯୪ ରନ୍‌ ସଂଗ୍ରହ କରିଥିଲା। ଏହା ପରେ ଦକ୍ଷିଣ ଆଫ୍ରିକା ଇନିଂସ ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ମାକୱେସ ଏକରମ୍ୟାନ୍‌ ସର୍ବାଧିକ ୧୫୦ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟପଟରେ ବିୟାନ ମୁଲ୍ଡର ମଧ୍ୟ ଶତକ ହାସଲ କରିଥିଲେ। ଟୋନି ଡି ଜର୍ଜ (୬୬ ରନ୍‌), ମାର୍କେ ‌ଜନସେନ (ଅପରାଜିତ ୬୭ରନ୍‌)ଙ୍କ ଅର୍ଦ୍ଧଶତକ ସାମିଲ ଥିଲା। ମ୍ୟାଚ୍‌ରେ ମୋଟ ୮ଟି ୱିକେଟ୍‌ ହାସଲ କରିଥିବା ଖେଳାଳି ବିୟାନ ମୁଲ୍ଡରଙ୍କୁ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ଚୟନ କରାଯାଇଥିଲା। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ନିଜର ନାମରେ କରିଛି। ବାଂଲାଦେଶକୁ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ୯ ୱିକେଟ୍‌ରେ ପରାସ୍ତ କରିଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button