Cricket: ୧୫୦ ଟେଷ୍ଟ୍ ଆୟୋଜନରେ ଲର୍ଡସ ବିଶ୍ବର ପ୍ରଥମ

ଲଣ୍ଡନ: ଏକ ବିର​ଳ କୀର୍ତ୍ତିମାନ ସ୍ଥାପନ କରିଛି ‘କ୍ରିକେଟ୍‌ର ଘର’ ରୂପେ ପରିଚିତ ଇଂଲଣ୍ଡର ଲର୍ଡ୍ସ ଷ୍ଟାଡିୟମ୍‌। ୧୫୦ ଅନ୍ତର୍ଜାତୀୟ ଟେଷ୍ଟ୍ ମ୍ୟାଚ୍‌ ଖେଳାଯାଇଥିବା ବିଶ୍ବର ପ୍ରଥମ ଷ୍ଟାଡିୟମ୍‌ ପାଲଟିଛି ଲର୍ଡ୍ସ। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଟେଷ୍ଟ ହେଉଛି ଏଠାରେ ଖେଳାଯାଇଥିବା ୧୫୦ତମ ଟେଷ୍ଟ। ଚଳିତ ଟେଷ୍ଟ ପୂର୍ବରୁ ଖେଳାଯାଇଥିବା ୧୪୯ ଟେଷ୍ଟ୍ ମଧ୍ୟରୁ ୫୧ଟି ଡ୍ର ହୋଇଥିବାବେଳେ ୯୮ରେ ଫଳାଫଳ ବାହାରିଥିଲା। ଏସବୁ ଟେଷ୍ଟ୍‌ରୁ ମୋଟ ୧୪୩,୭୮୬ ରନ୍‌ ସ୍କୋର ହୋଇଥିବାବେଳେ ବୋଲର୍‌ମାନେ ୪୬୨୭ ଓ୍ବିକେଟ୍‌ ନେଇଛନ୍ତି।

ସର୍ବାଧିକ ଟେଷ୍ଟ୍ ଖେଳାଯାଇଥିବା ଷ୍ଟାଡିୟମ୍‌ ତାଲିକାରେ ଲର୍ଡ୍ସ ପଛକୁ ରହିଛି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ (୧୧୮), ସିଡନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ (୧୧୪), ଲଣ୍ଡନ ସ୍ଥିତ କେନିଙ୍ଗଟନ୍‌ ଓଭାଲ୍‌ (୧୦୮) ଓ ଓଲ୍ଡ ଟାଫୋର୍ଡ (୮୬)।

 

 

 

ସୌଜନ୍ୟ ସମ୍ବାଦ