Crime: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଅଚାନକ ଆସିଲେ ଲୋକଙ୍କୁ ହାଣି ଚାଲିଲେ

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ଵିପ୍ରହରରେ ଖଣ୍ଡାରେ ଲୋକଙ୍କୁ ଅତର୍କିତ ଆକ୍ରମଣ କଲେ ଦୁର୍ବୃତ୍ତ। ୬ ଜଣ ଯୁବକ ମାସ୍କ ପିନ୍ଧି ଗୌତମ ବସ୍ତିରେ ଖେଳାଇଲେ ଆତଙ୍କ। ଏକାଧିକ ଲୋକଙ୍କୁ ଖଣ୍ଡାରେ ହାଣିଲେ। ଖଣ୍ଡା ଚୋଟରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

​​​​​​​ଭୁବନେଶ୍ବର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ଵିପ୍ରହରରେ ଖଣ୍ଡାରେ ଲୋକଙ୍କୁ ଅତର୍କିତ ଆକ୍ରମଣ କଲେ ଦୁର୍ବୃତ୍ତ। ୬ ଜଣ ଯୁବକ ମାସ୍କ ପିନ୍ଧି ଗୌତମ ବସ୍ତିରେ ଖେଳାଇଲେ ଆତଙ୍କ। ଏକାଧିକ ଲୋକଙ୍କୁ ଖଣ୍ଡାରେ ହାଣିଲେ। ଖଣ୍ଡା ଚୋଟରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାରେ ଗୌତମ ନଗରରେ ଭୟର ବାତାବରଣ ଖେଳି ଯାଇଛି। ଦୁର୍ବୃତ୍ତମାନେ ଗାଡ଼ି ଓ ଘର ଭଙ୍ଗାରୁଜା କରିଛନ୍ତି । ନ୍ୟାୟ ପାଇଁ ଲୋକଙ୍କ ରାସ୍ତା ରୋକ ଉଦ୍ୟମ କରିଛନ୍ତି। ବଡ଼ଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚଢାଉ ଜାରି ରହିଛି।

ଘଟଣାର ୫ ଜଣଙ୍କ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତକାରୀ। ଜଣେ ପୀଡ଼ିତଙ୍କ ପତ୍ନୀ କହିଛନ୍ତି ଯେ, ସ୍ଵାମୀ ଝିଅକୁ ଦେଖିବା ପାଇଁ ଗୌତମନଗର ଆସିଥିଲେ। ସେହି ସମୟରେ ପଛରୁ କେହି ଆସି ସ୍ଵାମୀଙ୍କ ଉପରେ ଖଣ୍ଡା ଚୋଟ୍ ପକାଇଥିଲା। ଏହି ସମୟରେ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଦୁର୍ବୃତ୍ତ ହାଣିଛନ୍ତି। କେଉଁ କାରଣ ପାଇଁ ହାଣିଲେ ତାହା ଆମେ ଜାଣିନୁ। ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଅଚାନକ ଛଅ ସାତ ଜଣ ଆସି ଘର ଭଙ୍ଗାରୁଜା କରିବା ସହ ସାତ ଆଠ ଜଣଙ୍କୁ ମାଡ଼ ମାରିଥିଲେ। ଏହା ସହ ୪/୫ ଜଣଙ୍କୁ ହାଣିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବସ୍ତିବାସିନ୍ଦାଙ୍କ କହିବା କଥା ଗୌତମ ନଗରରେ ଏହିପରି ଛଅ ଥର ଆକ୍ରମଣ ଘଟଣା ଘଟିଲାଣି। ନିକଟରେ ବିଧାନସଭା, କ୍ୟାପିଟାଲ ଥାନା ପୋଲିସ, ଡିଜି ପୋଲିସ ଥାଇ ବି ଏମିତି ଆକ୍ରମଣ ଘଟଣାରେ ଲୋକେ ଆତଙ୍କିତ ହୋଇ ପଡ଼ିଲେଣି। ରାତି କଥା ଛାଡ଼ନ୍ତୁ ଦିନ ଦ୍ଵିପ୍ରହରରେ ଲୋକଙ୍କ ଉପରେ ଆକ୍ରମଣ ହେଉଛି। ବସ୍ତିବାସିନ୍ଦା ରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିବା ସହ ନ୍ୟାୟ ଦାବି କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ସୌଜନ୍ୟ Prameya News7

Exit mobile version