ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ନାଇ ମଣ୍ଡି ଠାରେ ପୁଲିସ ଏବଂ ଗୋ ଚାଲାଣକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ଗୁଳିଚାଳନା କରିଛି। ପୁଲିସର ଗୁଳିରେ ଅପରାଧୀ ସୋନୁ ଓରଫ କଲିମ୍ ଆହତ ହୋଇଛନ୍ତି। ଆହତ ହେବା ପରେ ସଂପୃକ୍ତ ଅପରାଧୀ ପୁଲିସ ସମ୍ମୁଖରେ ତାକୁ ଛାଡି ଦେବାପାଇଁ ହାତ ଯୋଡ଼ି ନିବେଦନ କରୁଥିବାର ଦେଖିବାକୁ ମିଳିଛି।
ପୁଲିସ ଉପରେ ଗୁଳିଚାଳନା
ପୁଲିସ ଦିଲ୍ଲୀ-ଡେରାଡୁନ ୫୮ ନମ୍ବର ଜାତୀୟ ରାଜପଥରେ ଏକ ସନ୍ଦିଗ୍ଧ ଯାନବାହାନ ଯାଞ୍ଚ କରୁଥିଲା। ଏହି ଅଭିଯାନ ସମୟରେ ଦୁଇ ଜଣ ଗୋ ଚାଲାଣକାରୀ ଗୋମାଂସ ନେଇ ବାଜେଡି ଗ୍ରାମ ଦେଇ ଆସିବା ଖବର ପୁଲିସ ଜଣେ ସୂଚନା ଦାତାଙ୍କଠାରୁ ସୂଚନା ପାଇଥିଲା।
ପୁଲିସ ଅଞ୍ଚଳକୁ ଘେରାବନ୍ଦୀ କରି ଦୁଇ ଜଣଙ୍କୁ ଅଟକେଇବାକୁ ଚେଷ୍ଚା କରିଥିଲା। ଅପରାଧୀମାନେ ପୁଲିସ ଦଳ ଉପରେ ଗୁଳି ଚାଳନା କରିଥିଲେ। ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲା। ପୁଲିସ ଗୁଳିରେ ଅପରାଧୀମାନଙ୍କ ମଧ୍ୟରୁ ଜଣେ ସୋନୁ ଓରଫ କଲିମ୍ ଆହତ ହୋଇଥିଲା। ପରେ ପୁଲିସ ଆଖୁ କ୍ଷେତରୁ ଦାଉଦ ନାମକ ଅନ୍ୟ ଜଣେ ଅପରାଧୀକୁ ଗିରଫ କରିଛି। ସେମାନଙ୍କ ପାଖରୁ ଦୁଇଟି ବେଆଇନ ପିସ୍ତଲ, କାର୍ଟ୍ରିଜ୍ ଏବଂ ଗୋମାଂସ ଜବତ ହୋଇଛି।
ଅପରାଧୀଙ୍କ ଆଖିରେ କୁମ୍ଭୀର ଲୁହ
ପୁଲିସ ଆହତ ଅପରାଧୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ସମୟରେ କୁଖ୍ୟାତ ଗୋ ଚାଲାଣକାରୀ ସୋନୁ ଓରଫ କଲିମ୍ ପୁଲିସ ସମ୍ମୁଖରେ ହାତ ଯୋଡି ନିବେଦନ କରୁଥିବାର ଦେଖାଯାଇଥିଲା। ସେ ପୁଲିସଙ୍କ ଆଗରେ ହାତଯୋଡି ଭାରତରେ ଆଉ ଏହି ଭୁଲ୍ କରିବେ ନାହିଁ ବୋଲି କହିବା ସହ ଦୟାକରି ଏଥର ମୋତେ କ୍ଷମା କରନ୍ତୁ କହୁଥିବାର ଦେଖିବାକୁ ମିଳିଥିଲା ।
ଦୁଇ ମୁସଲିମ ମହିଳା ଜଡିତ
ପୁଲିସ ପଚରାଉଚରା ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା, ଏହା ଏକ ସଂଗଠିତ ଗ୍ୟାଙ୍ଗର କାର୍ଯ୍ୟ। ଏଥିରେ ଦୁଇ ମୁସଲିମ ମହିଳା ମଧ୍ୟ ସାମିଲ ଥିବା ଜଣାପଡ଼ିଛି।
ମହିଳା ଗ୍ୟାଙ୍ଗ ଗିରଫ
ଅଧିକାରୀଙ୍କ ଅନୁଯାୟୀ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି। କିନ୍ତୁ ଅନ୍ୟ ଜଣେ ମହିଳା ଅଭିଯୁକ୍ତ ଫେରାର ଅଛନ୍ତି ।
ସୌଜନ୍ୟ ସମ୍ବାଦ
