ରାଜ୍ୟ

Crocodile: ଡଙ୍ଗା ଉପରକୁ ଚଢ଼ୁଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଡଙ୍ଗାକୁ ଚଢ଼ୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଟାଣିନେଇଛି କୁମ୍ଭୀର।

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଡଙ୍ଗାକୁ ଚଢ଼ୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଟାଣିନେଇଛି କୁମ୍ଭୀର। ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଖୋଜାଖୋଜି କରୁଛନ୍ତି, କିନ୍ତୁ ଏଯାଏ ତାଙ୍କୁ ଠାବ କରିପାରିନାହାନ୍ତି।

ଆୟତନ ବଜାରରୁ ସଉଦା କିଣି ଘରକୁ ଫେରିଥାନ୍ତେ

ସୂଚନା ଅନୁଯାୟୀ, ଆଜି ସକାଳେ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧରପ୍ରସାଦ ଡିଆଁ ଗାଁର ପାରେଶ୍ବର ବେହେରା ଆୟତନ ବଜାରକୁ ଯିବା ଲାଗି ବାହାରିଥିଲେ। ସେ ଡଙ୍ଗାରେ ଖରସ୍ରୋତା ନଦୀ ପାର୍ ହୋଇ ଆୟତନ ବଜାରରୁ ସଉଦା କିଣି ଘରକୁ ଫେରିଥାନ୍ତେ। ହେଲେ ଡଙ୍ଗାକୁ ଚଢ଼ୁଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କୁ ଟାଣିନେଇଥିଲା। ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି, କିନ୍ତୁ ଏଯାଏ ତାଙ୍କୁ ଠାବ କରିବାରେ ସଫଳ ହୋଇନାହାନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button