Deadbody: କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ସନ୍ଦେହ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ଠାବ କରାଯାଇଛି l ମୃତ ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପଢ଼ୁଥିବା ଜଣା ପଡିଛି l ପାରିପାର୍ଶ୍ଵିକ ପରିସ୍ଥିତିରୁ ଛାତ୍ରୀ ଜଣକୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ନେଇ ସନ୍ଦେହ କରାଯାଉଛି l

କାମାକ୍ଷାନଗର: ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ନିକଟସ୍ଥ ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ଠାବ କରାଯାଇଛି l ମୃତ ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପଢ଼ୁଥିବା ଜଣା ପଡିଛି l ପାରିପାର୍ଶ୍ଵିକ ପରିସ୍ଥିତିରୁ ଛାତ୍ରୀ ଜଣକୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ନେଇ ସନ୍ଦେହ କରାଯାଉଛି l ସୂଚନା ଅନୁସାରେ ନାବାଳିକାଜଣକ କାମାକ୍ଷାନଗର କଲେଜରେ ପଢୁଥିବାବେଳେ ଗତକାଲି କଲେଜରେ ପରୀକ୍ଷା ଦେବାପରେ ଘରକୁ ଫେରିନଥିଲେ l

ରାତିରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଆଜି ସକାଳୁ ନାବାଳିକାଙ୍କ ମୃତଦେହ ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା l ଛାତ୍ରୀଙ୍କ ଶରୀରରେ କ୍ଷତ ସ୍ଥାନ ସୃଷ୍ଟି ହୋଇଥିବାବେଳେ ପାରିପାର୍ଶ୍ଵିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ନେଇ ଅନୁମାନ କରାଯାଉଛି l ପୋଲିସ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି |

ସୌଜନ୍ୟ ସମ୍ବାଦ

Exit mobile version