ଭୁବନେଶ୍ୱର:ଭାରତୀୟ ଜନସଂଘର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୮ତମ ପୂଣ୍ୟତିଥିକୁ ବିଜେପି ପକ୍ଷରୁ ସମର୍ପଣ ଦିବସ ଭାବେ ପାଳନ କରାଯାଇଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଆର୍ଥିକ ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ କାର୍ଯ୍ୟ କରୁଥିଲେ। ଗରିବ କଲ୍ୟାଣ ମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲଜୀଙ୍କ ଦର୍ଶନ ଶାସ୍ତ୍ର ହିଁ ମୂଳ ଆଧାର। ଦୀନଦୟାଲଜୀଙ୍କ ଏକାତ୍ମମାନବବାଦ ଗରିବଙ୍କ ଉତ୍ଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ ଅଟେ। ଅନ୍ତ୍ୟୋଦୟ ଦର୍ଶନର ପରିକଳ୍ପନା ଓ ପ୍ରଣୟନ ପଣ୍ଡିତ ଦୀନଦୟାଲଜୀଙ୍କ ଏକ ଅଭୂତପୂର୍ବ ସଫଳତା।
Deendayalji’s Ektaatmanabvad: ଦୀନଦୟାଲଜୀଙ୍କ ଏକାତ୍ମମାନବବାଦ ଗରିବଙ୍କ ଉତ୍ଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ୍: ମୁଖ୍ୟମନ୍ତ୍ରୀ
ଭାରତୀୟ ଜନସଂଘର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୮ତମ ପୂଣ୍ୟତିଥିକୁ ବିଜେପି ପକ୍ଷରୁ ସମର୍ପଣ ଦିବସ........
