ରାଜ୍ୟ

Deep Depression: ଆନ୍ଧ୍ର ଛୁଇଁଲା, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି: ଆହୁରି ୪୮ ଘଣ୍ଟା ଅଜାଡ଼ିବ, ଆସିପାରେ ଆକସ୍ମିକ ବନ୍ୟା

ଭୁବନେଶ୍ୱର,୨୩/୯: ପବନ  କମ୍‌, କିନ୍ତୁ ନିର୍ଧୁମ ବର୍ଷା । ଆହୁରି  ଦୁଇଦିନ ଓଡ଼ିଶାକୁ ନୟାନ୍ତ କରିଦେବ  ଏ ବର୍ଷା । କୋରାପୁଟ, ନବରଙ୍ଗପୁର,  ରାୟଗଡ଼ା, ଗଞ୍ଜାମ, ଗଜପତି,  କଳାହାଣ୍ଡି, ମାଲକାନଗିରିରେ ଅତ୍ୟନ୍ତ  ପ୍ରବଳ ବର୍ଷା ଆଶଙ୍କା ରହିଛି । ପାଖ  ଜିଲ୍ଲାରେ ବି ପ୍ରବଳ ବର୍ଷା ଢାଳିପାରେ ।  ୨୬ ଯାଏ ଲାଗି ରହିବ ବର୍ଷା ବିତ୍ପାତ । ଆସିପାରେ ଆକସ୍ମିକ ବନ୍ୟା ।  ହୋଇପାରେ ଭୂସ୍ଖଳନ । ମାଟି ଅତଡ଼ା ଓ  ପଥର ଖସିବା ଭୟ ସବୁବେଳେ ରହିଛି ।  ପାଣିପାଗ ବିଭାଗ ଏମିତି ସର୍ତକ କରାଇଛି ।

ପ୍ରବଳରୁ ଅତି ପ୍ରବଳ ବର୍ଷା:

ଗତ ୨୪ ଘଣ୍ଟାରେ ଗଭୀର  ଅବପାତ ପ୍ରଭାବରେ ଦକ୍ଷିଣ ଓ  ଉପକୂଳ ଓଡ଼ିଶାର ଅଧିକାଂଶ  ଅଂଚଳରେ ପ୍ରବଳରୁ ଅତି ପ୍ରବଳ  ବର୍ଷା  ହୋଇଛି । ଅନେକ ସ୍ଥାନରେ  ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ।  କିଛି ଜାଗାରେ ପଥର ଧସିଛି ବି ।  ବୁଧବାର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ  ବ୍ଲକ୍‌ ବଧିନୂଆପଲ୍ଲୀ ନିକଟରେ ଗଛ  ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା ।  ଜିଲ୍ଲାର ପାତ୍ରପୁର ବ୍ଲକ୍‌ ଚାରିଆବାଡ଼ା  ଗ୍ରାମ ନିକଟରେ ପାହାଡ଼ରୁ ପଥର  ଧସିବାରୁ ଆଙ୍କୁଲି- ତାଡ଼କା ସାହି  ଯାତାୟାତ ବନ୍ଦ ରହିଥିଲା ।  ବାଘଲଟି ଡ୍ୟାମ୍‌ରେ ଜଳପତ୍ତନ  ବୃଦ୍ଧି ଯୋଗୁ ଲୋକଙ୍କୁ ନଦୀ ନାଳରୁ  ଦୂରରେ ରହିବାକୁ ପରାମର୍ଶ  ଦିଆଯାଇଛି । ପୁରୁଷୋତ୍ତମପୁର  ବ୍ଲକ୍‌ର ପ୍ରସିଦ୍ଧ ଶକ୍ତି ପୀଠ ତାରାତାରିଣୀ  ମନ୍ଦିରକୁ ଲମ୍ବିଥିବା ଘାଟି ରାସ୍ତାରେ  ଭୂସ୍ଖଳନ ହୋଇଛି । ଲୋହରାଖଣ୍ଡି,  ବଡ଼ନଦୀ ଓ ଋଷିକୁଲ୍ୟା ନଦୀର  ଜଳସ୍ତର ବୃଦ୍ଧି ପାଉଛି । ଧରାକୋଟ  ବ୍ଲକ୍‌ ମାଣିପୁର ଗ୍ରାମ୍ୟ ରାସ୍ତାରେ ଥିବା  ପୋଲ ଭାଙ୍ଗି ଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button