Site icon Swayam News

Delhi Stunt Case: ଚଳନ୍ତା କାର୍‌ ଉପରେ ବସି ପ୍ରେମିକାକୁ ଚୁମ୍ବନ କଲା ପ୍ରେମିକ, ହିରୋଗିରି ଛଡ଼ାଇ ଦେଲା ପୁଲିସ

ନୂଆଦିଲ୍ଲୀ: ବେଳେ ବେଳେ କିଛି ଏଭଳି ଭିଡିଓ ଆଖି ଆଗକୁ ଆସେ, ଯାହା ଖୁବ ଭାଇରାଲ ‌ହୁଏ। ଆଜି କାଲିକା ରିଲ୍‌ ଯୁଗରେ ଲୋକେ ଚର୍ଚ୍ଚାରେ ରହିବା ପାଇଁ ସବୁ ସୀମା ଟପିଯାଉଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଅନେକ ଭିଡିଓ କରୁଥିବା ଦେଖିବାକୁ ମିଳିଛି। ଅନେକ ତାଗିଦ୍ ପରେ ବି ଲୋକେ ସୁଧୁରୁନାହାନ୍ତି। ଏବେ ଦିଲ୍ଲୀରୁ ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଜଣେ ଯୁବକ ଚଳନ୍ତା ଗାଡ଼ିରୁ ବାହାରି କାର୍‌ ଉପରେ ବସିବା ସହ ନିଜ ପ୍ରେମିକାକୁ ଚୁମ୍ବନ ଦେଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି।

ଆଜିକାଲିର ଯୁବପିଢି ଅନେକ ସମୟରେ ବେପରୁଆ ଗାଡିଚାଳନା ସହ ବିଭିନ୍ନ ଷ୍ଟଣ୍ଟ ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ଦିଲ୍ଲୀର ସାକେତରେ ଥିବା ଜେ ବ୍ଲକରେ ଜଣେ ଯୁବକଙ୍କ ନିଆରା ଷ୍ଟଣ୍ଟ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯୁବକଜଣଙ୍କ ଚଳନ୍ତା କାରରୁ ଝରକା ବାଟେ ବାହାରି କାର୍‌ ଉପରକୁ ଆସୁଛନ୍ତି। ଏହି ଷ୍ଟଣ୍ଟ କେବଳ ଏତିକିରେ ସୀମିତ ହୋଇ ରହିନାହିଁ। ଟ୍ରାଫିକ ସିଗନାଲ ନିକଟରେ ଜଣେ ଝିଅ କାର୍‌ ଭିତରୁ ବାହାରକୁ ମୁଣ୍ଡ ବାହାର କରି ଯୁବକଙ୍କୁ ଚୁମ୍ବନ ଦେଉଥିବାର ଭିଡିଓରେ ଦେଖାଯାଇଛି। ପଛ ପଟୁ ଗାଡିରେ ଆସୁଥିବା ଜଣେ ବ୍ୟକ୍ତି ଏହି ଭିଡିଓ ରେକର୍ଡ କରିଥିବା ବେଳେ ଏଭଳି ଜୀବନକୁ ବିପଦରେ ପକାଉଥିବାରୁ ଚିନ୍ତାପ୍ରକାଶ କରୁଥିବା ଭିଡିଓରେ ଶୁଣିବାକୁ ମିଳିଛି। ଏକ୍ସରେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଏହାକୁ କଡ଼ା ନିନ୍ଦା କରିବା ସହ ଏହା ଉପରେ ଦିଲ୍ଲୀ ପୁଲିସକୁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ଭିଡିଓ ଭାଇରାଲ ପରେ ପୁଲିସର କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀ ପୁଲିସ ଏହି ଭିଡିଓକୁ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରି ଲୋକମାନଙ୍କୁ ମନେ ପକାଇଦେଇଛି ଯେ, “ଜୀବନ କେତେ ମୁଲ୍ୟବାନ।” ତେବେ ଭିଡିଓ ଭାଇରାଲ ହେବା ପରେ ଯାଞ୍ଚ କରି ପୁଲିସ ଷ୍ଟଣ୍ଟରେ ବ୍ୟବହୃତ କାରକୁ ଜବତ କରିଛି। ଏହା ସହ ଅଭିଯୁକ୍ତଙ୍କ ବିରୋଧରେ ଧାରା 179 MVA ଅନୁଯାୟୀ ଆଇନଗତ ନିର୍ଦ୍ଦେଶ ଅବମାନନା କରିବା ଏବଂ ଧାରା 184 MVA ଅନୁଯାୟୀ ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

 

ସୌଜନ୍ୟ – ସମ୍ବାଦ

Exit mobile version