ରାଜ୍ୟ

Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି

ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତାବିତ ତିନୋଟି ନୂଆ ରେଳପ‌ଥ ପ୍ରକଳ୍ପର ଭୂମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରି ରେଳ ପ୍ରଶାସନକୁ ହସ୍ତାନ୍ତର କରିବାକୁ ବହଳଦାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତାବିତ ତିନୋଟି ନୂଆ ରେଳପ‌ଥ ପ୍ରକଳ୍ପର ଭୂମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରି ରେଳ ପ୍ରଶାସନକୁ ହସ୍ତାନ୍ତର କରିବାକୁ ବହଳଦାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି।

ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସାମଗ୍ରିକ ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ତିନୋଟି ରେଳପ‌ଥ ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ବପୂର୍ଣ। ଏଥିରେ ବିଶେଷକରି ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ଜାତୀୟ ରେଳ ନେଟୱା ଟୱାର୍କ ସହିତ ସଂଯୋଗ କରିବାରେ ସାହାଯ୍ୟ ମିଳିବ। ୮୨ କିମି କିମି ଲମ୍ବ ବାଦାମପାହାଡ଼-କେନ୍ଦୁଝରଗଡ଼ ନୂଆ ରେଳପଥ ପାଇଁ ୨୧୦୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଗୋରୁମହିଷାଣି-ବାଙ୍ଗିରିପୋଷି ୮୬ କିମିନୂଆରେଳପଥପାଇଁ ୨.୫୪୯ କୋଟି ଟଙ୍କାଓ ବୁଡ଼ାମରାଚାକୁଳିଆ ୬୦ କିମି ନୂତନ ରେଳପଥ ପାଇଁ ୧.୬୩୯ କୋଟି ଟଙ୍କା ମଞ୍ଜୁର ହୋଇଛି।

ତେବେ ବୁଡ଼ାମରା-ଚାକୁଳିଆ ପ୍ରକଳ୍ପର ଭୂମି ଅଧିଗ୍ରହଣ ପ୍ରାୟ ସମ୍ପୂର୍ଣ ହୋଇସାରିଛି। ଅଧୂଗୃହୀତ ଭୂମି ରେଳ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ଯ ଆଗକୁ ବଢ଼ିଛି। ଏଥିପାଇଁ ସେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ବାଦାମପାହାଡ଼-କେନ୍ଦୁଝରଗଡ଼ ଓ ଗୋରୁମହିଷାଣି-ବାଙ୍ଗିରିପୋଷି ପ୍ରକଳ୍ପର ଭୂମି ଅଧିଗ୍ରହଣ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଧୀର ଗତିରେ ଚାଲିଛି ଏହି ଦୁଇଟି ପ୍ରକଳ୍ପକୁ ଅଗ୍ରାଧିକାର ଦେଇ ତ୍ବରାନ୍ବିତ କରିବା, ଅଧୂଗୃହୀତ ଭୂମିକୁ ରେଳ ପ୍ରଶାସନକୁ ସମୟ ସୀମା ଭିତରେ ହସ୍ତାନ୍ତର କରିବା, ବିଭାଗୀୟ ସମନ୍ବୟ ବଢ଼ାଇବା ଓ ନିୟମିତ ପର୍ଯ୍ୟବେକ୍ଷଣ କରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button