ପ୍ରକାଶ ଯେ, ଜେନାପୁର ଥାନା ପନ୍ତୁରୀସ୍ଥିତ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସରେ ତାଙ୍କର କିଛି ସମର୍ଥକ ଗତକାଲି ଭୋଜିର ଆୟୋଜନ କରିଥିଲେ।  ବିଧାୟକ ଶ୍ରୀ ସାହୁଙ୍କ ଦୁଇଜଣ ସମର୍ଥକ ସୁନିଲ ପଣ୍ଡା ଓ ନିଗମାନନ୍ଦ ଦାଶ ଏକ ଗାଡ଼ିରେ ସେହିବାଟ ଦେଇ ଫେରିବା ସମୟରେ ଉଭୟପକ୍ଷ ମୁହାଁମୁହିଁ ହୋଇଥିଲେ। ଫଳରେ ସୁନିଲ ଓ ନିଗମାନନ୍ଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ସେହିପରି ଫାର୍ମହାଉସରେ ଭଙ୍ଗାରୁଜା ସହିତ ତାଙ୍କର ସମର୍ଥକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ନେଇ ପ୍ରଣବ ବଳବନ୍ତରାୟ ଅଭିଯୋଗ କରିଛନ୍ତି ।