Director Pranab Das Award ନିର୍ଦ୍ଦେଶକ ପ୍ରଣବ ଦାସ ପାଇବେ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ

ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଚଳଚିତ୍ର director ଓ ସଂଳାପ ଲେଖକ ପ୍ରଣବ ଦାସ ଚଳିତ ବର୍ଷ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି।

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ  ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ଓ ସଂଳାପ ଲେଖକ ପ୍ରଣବ ଦାସ ଚଳିତ ବର୍ଷ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଅଭିନବ ଭାରତୀୟ ଚଳଚ୍ଚିତ୍ରର ଜନକ ପ୍ରମୋଦ ପତିଙ୍କ ୯୪ ତମ ଜୟନ୍ତୀ ଅବସରରେ ଆସନ୍ତା ଜାନୁଆରୀ ୧୫ ତାରିଖରେ ଭୁବନେଶ୍ବରସ୍ଥ ବୁଦ୍ଧ ମନ୍ଦିରଠାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ପ୍ରମୋଦ ପତି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ୟାମସୁନ୍ଦର ମହାପାତ୍ର ଓ ସମ୍ପାଦକ ଗୋଲକ ବିହାରୀ ସିଂହ ଜଣାଇଛନ୍ତି।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର କମିଟିର ବିଚାରକ

ପ୍ରଣବ ଦାସ ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଶେଷ ପ୍ରତୀକ୍ଷା,ହାକିମ ବାବୁ ଓ ଅଗ୍ନି ସଂକେତ ପାଇଁ ରାଜ୍ୟ ପୁରସ୍କାର ପାଇବା ସହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କମିଟିର ବିଚାରକ ଭାବେ ରହି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ସେ ମଧ୍ୟ ଅନେକ ଟିଭି ଧାରାବାହିକ ଓ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇ ସୁଖ୍ୟାତି ଅର୍ଜନ କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version