ରାଜ୍ୟ

District Mineral Fund: ଜିଲ୍ଲା ଖଣିଜ ପାଣ୍ଠିରୁ ଅଢ଼େଇ କୋଟି ବ୍ୟୟ: କୋଇଡ଼ା ମିନି ଷ୍ଟାଡିୟମ୍‌ ଏବେ ଭୂତକୋଠି

ଖଣିରୁ ଆସୁଛି କୋଟି କୋଟି ଟଙ୍କାର ରାଜସ୍ୱ। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଓ ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାକୁ ଆଗକୁ ନେବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଖର୍ଚ୍ଚ ହେଲା ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା।

କୋଇଡା (ଅବିନାଶ ଶର୍ମା): ଖଣିରୁ ଆସୁଛି କୋଟି କୋଟି ଟଙ୍କାର ରାଜସ୍ୱ। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଓ ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାକୁ ଆଗକୁ ନେବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଖର୍ଚ୍ଚ ହେଲା ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ହେଲେ ନିର୍ମାଣ ସରିବା ପରେ ବି ଖେଳାଳିଙ୍କ କାମରେ ଆସିପାରିଲାନି କୋଇଡ଼ା ଖଣି ଅଞ୍ଚଳର ଏକମାତ୍ର ମିନି ଷ୍ଟାଡିୟମ୍‌। ଯେଉଁଠି ଖେଳାଳିଙ୍କ ପାଦ ପଡ଼ିବା କଥା, ସେଠି ଏବେ ଲମ୍ବା ଲମ୍ବା ଘାସ ଓ ଜଙ୍ଗଲ। କ୍ରୀଡ଼ା ବିକାଶର ସ୍ୱପ୍ନ ଦେଖାଇ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ୍‌ ଏବେ ଅବହେଳାର ଉଦାହରଣ ପାଲଟିଛି।

ଚୋରି ହୋଇଗଲାଣି ଆସବାବପତ୍ର, ନଷ୍ଟ ହେଉଛି ସାମଗ୍ରୀ
କ୍ରୀଡ଼ାବିତ୍‌ଙ୍କ କାମରେ ଲାଗୁନି

ସୂଚନା ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ପ୍ରାୟ ଅଢ଼େଇ କୋଟି ଟଙ୍କା ବିନିଯୋଗରେ ଇପିଆଇଏଲ୍‌ ସଂସ୍ଥା ମାଧ୍ୟମରେ ଷ୍ଟାଡିୟମ୍‌ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୨୪-୨୫ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା କୁହାଯାଉଛି। ତେବେ ଏତେ ବଡ଼ ପ୍ରକଳ୍ପସ୍ଥଳରେ ନିର୍ମାଣ ଖର୍ଚ୍ଚ, କାର୍ଯ୍ୟର ବିବରଣୀ ଓ ଅନ୍ୟାନ୍ୟ ତଥ୍ୟ ଦର୍ଶାଉଥିବା ସୂଚନାଫଳକ ନଥିବାରୁ ପ୍ରକଳ୍ପର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ନିର୍ମାଣ ସରିବା ପରେ ଷ୍ଟାଡିୟମ୍‌କୁ ବ୍ଲକ୍‌ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା କୁହାଯାଉଥିଲେ ମଧ୍ୟ ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ, ଆସବାବପତ୍ରର ତାଲିକା ଓ ଖର୍ଚ୍ଚ ସମ୍ପର୍କିତ ହିସାବ ନେଇ ସ୍ପଷ୍ଟତା ନାହିଁ। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ପଚରାଯିବାରୁ, ଷ୍ଟାଡିୟମ୍‌ କିମ୍ବା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଏହି ପ୍ରକଳ୍ପ ସମ୍ପର୍କିତ କାଗଜପତ୍ର ଓ ହିସାବ ନଥିବା କୁହାଯାଇଛି। ଯଦି ପ୍ରକଳ୍ପ ହସ୍ତାନ୍ତର ହୋଇଛି, ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର?

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button