University: ବିଶ୍ବବିଦ୍ୟାଳୟରେ ପଢ଼ାଇବେ କିଏ? ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୮୪, ଜିଏମ୍ୟୁରେ ୭୯ ପଦ ଖାଲି
୮ବର୍ଷ ପରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ହେଲା। ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଛାତ୍ରଛାତ୍ରୀମାନେ ନିର୍ବାଚନ ଲଢ଼ିଲେ। ହେଲେ ବିଶ୍ବବିଦ୍ୟାଳୟଗୁଡ଼ିକର ସବୁଠାରୁ ବଡ଼ ସମସ୍ୟା ସମ୍ପର୍କରେ କ୍ବଚିତ ସ୍ବର ଉଠାଇଲେ।

ସମ୍ବଲପୁର: ୮ବର୍ଷ ପରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ହେଲା। ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଛାତ୍ରଛାତ୍ରୀମାନେ ନିର୍ବାଚନ ଲଢ଼ିଲେ। ହେଲେ ବିଶ୍ବବିଦ୍ୟାଳୟଗୁଡ଼ିକର ସବୁଠାରୁ ବଡ଼ ସମସ୍ୟା ସମ୍ପର୍କରେ କ୍ବଚିତ ସ୍ବର ଉଠାଇଲେ। ବିଶ୍ବବିଦ୍ୟାଳୟଗୁଡ଼ିକରେ ସବୁକିଛି ରହିଛି। କିନ୍ତୁ ଶିକ୍ଷାଦାନ ପାଇଁ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ, ଅଧ୍ୟାପିକା ନାହାନ୍ତି। ସମ୍ବଲପୁର ଜିଲ୍ଲାର ଦୁଇ ପ୍ରମୁଖ ବିଶ୍ବବିଦ୍ୟାଳୟ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସ୍ଥିତି ଅତି ଦୟନୀୟ। କେବଳ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୭୯ଟି ପଦ ଖାଲିପଡ଼ିଛି। ବିଭିନ୍ନ ବିଭାଗରେ ୨୧ଟି ପ୍ରଫେସର, ୨୫ଟି ଆସୋସିଏଟ୍ ପ୍ରଫେସର ଓ ୩୩ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ପ୍ରାଣୀବିଜ୍ଞାନ ବିଭାଗରେ ୭ଟି ପଦ ଖାଲି ପଡ଼ିଥିବା ବେଳେ ଉଦ୍ଭିଦବିଜ୍ଞାନ ବିଭାଗରେ ୭ ଓ ଅର୍ଥନୀତି ବିଭାଗରେ ୬ଟି ଅଧ୍ୟାପକ, ଅଧ୍ୟାପିକା ପଦ ଖାଲି ରହିଛି। ଅନ୍ୟାନ୍ୟ ବିଭାଗରେ ମଧ୍ୟ ପ୍ରାୟ ସମାନ ସ୍ଥିତି।
ସୌଜନ୍ୟ ସମ୍ବାଦ




