ନୂଆଦିଲ୍ଲୀ: ରୁଷ ଠାରୁ ତେଲ କ୍ରୟକୁ ନେଇ ଟ୍ରମ୍ପଙ୍କ ଧମକ । ପୁଣି ଥରେ ଟାରିଫ ଆକ୍ରମଣ ନେଇ ଡରାଇଲେ ଡୋନାଲ୍ଡ । କହିଲେ ଭାରତ ଉପରେ ଆହୁରି ବଢିପାରେ ଟାରିଫ୍ । ସେମାନେ ବାଣିଜ୍ୟ କରନ୍ତୁ ମାତ୍ର ଆମେ ଟାରିଫ ବଢାଇବୁ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ ।

ଭାରତର ରୁଷୀୟ ତୈଳ ଆମଦାନୀ ବିଷୟରେ ମିଡିଆକୁ ପ୍ରତିକ୍ରିୟା ଦେବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଆଉ କହିଛନ୍ତି- ସେମାନେ ମୋତେ ଖୁସି କରିବାକୁ ଚାହୁଁଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବହୁତ ଭଲ ଲୋକ। ସେ ଜଣେ ଭଲ ମଣିଷ । ସେ ଜଣାଥିଲା ଯେ ମୁଁ ଖୁସି ନାହିଁ ବୋଲି । ତେଣୁ ମୋତେ ଖୁସି କରିବାର ଥିଲା। ଖୁବଶୀଘ୍ର ସେମାନଙ୍କ ଉପରେ ଶୁଳ୍କ ବୃଦ୍ଧି କରିପାରିବା… ବୋଲି ଟ୍ରମ୍ପ କହିଛନ୍ତି ।