ରାଜ୍ୟ

Odisha Government: ଓଡ଼ିଶା ସରକାର-ଏଚ୍‌ସିଏଲ୍‌ ଟେକ୍‌-ସର୍ଭମ୍‌ ଏଆଇ ମଧ୍ୟରେ ଏମ୍‌ଓୟୁ: ଏଆଇ ପାର୍କ, ଡାଟା ‌ସେଣ୍ଟର ପ୍ରତିଷ୍ଠା ହେବ

ରାଜ୍ୟରେ ଏକ ସୋଭରେନ୍‌ ଏଆଇ ପାର୍କ, ଏଆଇ ଡାଟା ସେଣ୍ଟର ଓ ଏକ ଗ୍ଲୋବାଲ୍‌ ଡେଭ୍‌ଲପ୍‌ମେଣ୍ଟ ସେଣ୍ଟର ସ୍ଥାପନ କରାଯିବ। ଏ ନେଇ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ....

ଭୁବନେଶ୍ବର: ରାଜ୍ୟରେ ଏକ ସୋଭରେନ୍‌ ଏଆଇ ପାର୍କ, ଏଆଇ ଡାଟା ସେଣ୍ଟର ଓ ଏକ ଗ୍ଲୋବାଲ୍‌ ଡେଭ୍‌ଲପ୍‌ମେଣ୍ଟ ସେଣ୍ଟର ସ୍ଥାପନ କରାଯିବ। ଏ ନେଇ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର, ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ ଓ ସର୍ଭମ୍‌ ଏଆଇ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ ଆଗାମୀ ୫ ବର୍ଷରେ ୧୫ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହେବ। ଏଆଇ ପାର୍କକୁ ରାଜ୍ୟ ସରକାର ସ୍ଥାପନ କରିବେ। ସେହି ପାର୍କରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ ପକ୍ଷରୁ ଏଆଇ ଡାଟା ସେଣ୍ଟର ସ୍ଥାପନ କରାଯିବ। ଏହା ବ୍ୟତୀତ ଏଚ୍‌ସିଏଲ୍‌ ‌ଟେକ୍ନୋଲୋଜିସ୍‌ ପକ୍ଷରୁ ୭୩୦ କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ୍‌ ଡେଭ୍‌ଲପ୍‌ମେଣ୍ଟ ସେଣ୍ଟର ସ୍ଥାପନ କରାଯିବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button