Drug Issue: ନିଶା ସମସ୍ୟା ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପରଦିନ ଗୁଲଜାରଙ୍କ ଆତ୍ମହତ୍ୟା
ତୁର ବଞ୍ଜାରା ଗାଁର ବାସିନ୍ଦା ଗୁଲଜାର ଚୀମାଙ୍କ ଗାଁ ଗସ୍ତ ସମୟରେ ରାଜ୍ୟରେ ଖୋଲାଖୋଲି ନିଶାଦ୍ରବ୍ୟ ବିକ୍ରି ହେଉଥିବା ଓ ତାଙ୍କ ପୁଅ ନିଶାସକ୍ତ ଥିବା ଅଭିଯୋଗ କରିଥିଲେ । ପରେ ପ୍ରଶ୍ନ କରିଥିବାରୁ ତାଙ୍କୁ ପଞ୍ଚାୟତ ସଦସ୍ୟମାନେ କ୍ଷମା ମାଗିବାକୁ ଚାପ ପକାଇଥିବା ଗୁଲଜାରଙ୍କ ପରିବାର ଅଭିଯୋଗ କରିଛି ।

ଚଣ୍ଡୀଗଡ଼ : ପଞ୍ଜାବରେ ନିଶାଦ୍ରବ୍ୟ ବିକ୍ରି ଓ ସେବନ ସମସ୍ୟା ନେଇ ଅର୍ଥମନ୍ତ୍ରୀ ହରପାଲ ସିଂହ ଚୀମାଙ୍କୁ ପ୍ରଶ୍ନ କରିବାର ପରଦିନ ସଙ୍ଗରୁର ଜିଲ୍ଲାର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗୁଲଜାର ସିଂହଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ତେଜିଛି । ଗୁଲଜାର ବିଷାକ୍ତ ପଦାର୍ଥ ଖାଇବା ପରେ ଲୁଧିଆନାର ଡିଏମ୍ସି ହସ୍ପିଟାଲରେ ସୋମବାର ରାତିରେ ପ୍ରାଣ ହରାଇଥିଲେ ।
ତୁର ବଞ୍ଜାରା ଗାଁର ବାସିନ୍ଦା ଗୁଲଜାର ଚୀମାଙ୍କ ଗାଁ ଗସ୍ତ ସମୟରେ ରାଜ୍ୟରେ ଖୋଲାଖୋଲି ନିଶାଦ୍ରବ୍ୟ ବିକ୍ରି ହେଉଥିବା ଓ ତାଙ୍କ ପୁଅ ନିଶାସକ୍ତ ଥିବା ଅଭିଯୋଗ କରିଥିଲେ । ପରେ ପ୍ରଶ୍ନ କରିଥିବାରୁ ତାଙ୍କୁ ପଞ୍ଚାୟତ ସଦସ୍ୟମାନେ କ୍ଷମା ମାଗିବାକୁ ଚାପ ପକାଇଥିବା ଗୁଲଜାରଙ୍କ ପରିବାର ଅଭିଯୋଗ କରିଛି । ମୃତ୍ୟୁ ପୂର୍ବରୁ ରେକର୍ଡ ହୋଇଥିବା ଭିଡିଓରେ ସେ ଚୀମା ଓ ସରପଞ୍ଚଙ୍କୁ ଦାୟୀ କରିଥିବା ଦାବି କରାଯାଇଛି । ତେବେ ଚୀମା କୌଣସି ଭୁଲ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଏହି ଘଟଣାରେ ପୁଲିସ ସରପଞ୍ଚ ବଲଜିନ୍ଦର କୌର, ତାଙ୍କ ସ୍ୱାମୀ ବଲଜିନ୍ଦର ସିଂହ ଓ ଅନ୍ୟମାନଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା କରିଛି । ଏଫ୍ଆଇଆର୍ରେ ଚୀମାଙ୍କ ନାମ ନାହିଁ । ଘଟଣାରେ ଜାତୀୟ ମାନବାଧିକାର କମିସନ୍ ମଧ୍ୟ ଦୃଷ୍ଟି ଦେଇଛି । ଏହାର କିଛି ଦିନ ପୂର୍ବରୁ, ସେପ୍ଟେମ୍ବର ୨ରେ ସଙ୍ଗରୁରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ‘ଲୋକ ମିଲନି’ କାର୍ଯ୍ୟକ୍ରମ ସମୟରେ ମୋହନଜିତ ସିଂହ ନାମକ ଜଣେ ବ୍ୟକ୍ତି କଳା ପତାକା ଦେଖାଇ ନିଶାଦ୍ରବ୍ୟ ସମସ୍ୟା ନେଇ ବିରୋଧ କରିଥିଲେ ।
ସୌଜନ୍ୟ ସମ୍ବାଦ




