ରାଜ୍ୟ

Durga Puja 2026: ବିଜୟା ଦଶମୀରେ ଆକର୍ଷଣ ସାଜିବ ରାବଣ ପୋଡ଼ି, ବରମୁଣ୍ଡା, ବାଙ୍କୁଆଳ, ସୁନ୍ଦରପଦା ଓ କୋରଡ଼କଣ୍ଟାରେ ଜମିବ

ଭୁବନେଶ୍ୱର,୧୭/୧୦: ଧରାପୃଷ୍ଠକୁ ଆସୁଛନ୍ତି ମା’ ଦୁର୍ଗା । ସେଥିପାଇଁ ଉତ୍ସବମୁଖର ରାଜଧାନୀ ଭୁବନେଶ୍ୱର । ଦଶହରା ଅବସରରେ ରାଜଧାନୀରେ ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି ରାବଣ ପୋଡ଼ି । ପବିତ୍ର ବିଜୟା ଦଶମୀରେ ବିଶାଳ ଲଙ୍କାପତିଙ୍କ ଆକୃତିର ପ୍ରତିକୃତି ଦହନ କରାଯିବ । ମାନ୍ୟତା ଅଛି, ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ରାବଣ ପୋଡ଼ି କରାଯାଏ । ଗତବର୍ଷ ଭୁବନେଶ୍ୱରରେ ୭ଟି ପୂଜା କମିଟିକୁ ରାବଣ ପୋଡ଼ି ପାଇଁ ଅନୁମତି ମିଳିଥିଲା । ଚଳିତବର୍ଷ ଏଯାଏ ପୁଲିସ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନି । ତଥାପି ରାଜଧାନୀର ପ୍ରମୁଖ ପୂଜା କମିଟି ପକ୍ଷରୁ ରାବଣ ପୋଡ଼ି ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ମିଳିଥିବା ସୂଚନା ଅନୁସାରେ, ବରମୁଣ୍ଡା, ବାଙ୍କୁଆଳ, କୋରଡ଼କଣ୍ଟା, ନୂଆପଲ୍ଲୀ, ସୁନ୍ଦରପଦା କପିଳପ୍ରସାଦରେ ରାବଣପୋଡ଼ି ହେବା ଚୂଡାନ୍ତ ହୋଇସାରିଛି। ବାଙ୍କୁଆଳ ବାଲିଯାତ୍ରା ପଡ଼ିଆରେ ରାବଣପୋଡ଼ି ହେବ । ଚଳିତବର୍ଷ ବାଙ୍କୁଆଳ ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ବାଙ୍କୁଆଳ ନଦୀପଠାରେ ୬୨ଫୁଟର ରାବଣ ଭକ୍ତଙ୍କ ଆକର୍ଷଣ ପାଲଟିବ । ବିଜୟାଦଶମୀରେ ରାବଣ ଦହନ କରାଯିବ ।

ସେହିପରି କପିଳପ୍ରସାଦ ଫୁଟ୍‌ବଲ ପଡ଼ିଆରେ ରାବଣ ପୋଡ଼ି ହେବ । ସୁନ୍ଦରପଦା-କପିଳପ୍ରସାଦ ଦୁର୍ଗାପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି ରାବଣ ପୋଡ଼ି ଉତ୍ସବ ଚଳିତବର୍ଷ ୧୮ବର୍ଷରେ ପଦାର୍ପଣ କରିଛି । ଚଳିତବର୍ଷ ଦୁର୍ଗାପୂଜା ସମାରୋହ ଅବସରରେ ୫୦ ଫୁଟର ରାବଣ ଦହନ କରାଯିବ ବୋଲି ଜଣାପଡ଼ିଛି । ବରମୁଣ୍ଡାରେ ମା’ ଦୁର୍ଗାଙ୍କ ପୂଜା ଅବସରରେ ଆକର୍ଷଣ ସାଜିବ ରାବଣପୋଡ଼ି । ପ୍ରତିବର୍ଷ ଭଳି ଏବର୍ଷ ବରମୁଣ୍ଡା ଦୁର୍ଗାପୂଜା କମିଟି ପକ୍ଷରୁ କାଳୀମନ୍ଦିର ପଡ଼ିଆରେ ୬୦ଫୁଟର ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରାଯିବ । ବରମୁଣ୍ଡା ରାବଣପୋଡ଼ି ଗତ ୨୭ବର୍ଷ ହେବ ପାଳନ ହୋଇଆସୁଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button