ଦେଶ ବିଦେଶ

Earthquake: ମେକ୍ସିକୋ, ଚୋଙ୍ଗକିଙ୍ଗରେ ଭୂସ୍ଖଳନ, ୮ଜଣଙ୍କ ମୃତ୍ୟୁ

ଦକ୍ଷିଣ ପଶ୍ଚିମ ଚୀନ୍‌ ସହର ଚୋଙ୍ଗକିଙ୍ଗରେ ଆଜି ଏଭ ଭୂସ୍ଖଳନ ହୋଇ ଅନେକ ଘର ପୋତି ହୋଇଯାଇଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୪ ଜଣ ନିଖୋଜ ଅଛନ୍ତି। ଭୂସ୍ଖଳନ ଯୋଗୁ ୧୧୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ଖାଲି କରାଯାଇଛି।

ବେଜିଂ: ଦକ୍ଷିଣ ପଶ୍ଚିମ ଚୀନ୍‌ ସହର ଚୋଙ୍ଗକିଙ୍ଗରେ ଆଜି ଏଭ ଭୂସ୍ଖଳନ ହୋଇ ଅନେକ ଘର ପୋତି ହୋଇଯାଇଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୪ ଜଣ ନିଖୋଜ ଅଛନ୍ତି। ଭୂସ୍ଖଳନ ଯୋଗୁ ୧୧୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ଖାଲି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ଭୂସ୍ଖଳନ ସ୍ଥଳରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ‌

ଚୋଙ୍ଗକିଙ୍ଗର ପେଙ୍ଗଶୁଇ କାଉଣ୍ଟିରେ ଆଜି ପୂର୍ବାହ୍ନ ପ୍ରାୟ ୯.୦୮ ସମୟରେ ଏହି ଘଟଣା ଘଟିଛି। ଭୂସ୍ଖଳନ ସ୍ଥଳର ୧ କିମି ପରିଧି ମଧ୍ୟରେ ଜଳ, ବିଦ୍ୟୁତ ଏବଂ ଗ୍ୟାସ୍‌ ଯୋଗାଣ ବିଚ୍ଛିନ୍ନ କରାଯାଇଛି। ଅନେକ ବିଦ୍ୟୁତ ଖୁଣ୍ଟି ଗୁଡ଼ିକ ପୋତି ହୋଇଯାଇଛି। ପାଖାପାଖି ୧୦ଟି ଘର ପୋତି ହୋଇଯାଇଛି। ପୁଣି ଭୂସ୍ଖଳନ ହେବାର ଭୟ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ୮୦୦ରୁ ଅଧିକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ରହିଛନ୍ତି।‌ ଚୋଙ୍ଗକିଙ୍ଗକୁ ୮ ହଜାରରୁ ଅଧିକ ବିପର୍ଯ୍ୟୟ ରିଲିଫ୍‌ ସାମଗ୍ରୀ ମଧ୍ୟ ପଠାଯାଇଛି ବୋଲି କର୍ତ୍ତୃପକ୍ଷମାନେ କହିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button