ଦେଶ ବିଦେଶ

Modi: ପଞ୍ଜାବରେ ଆପ୍‌ ସରକାରକୁ ମୋଦୀଙ୍କ ତୀବ୍ର ସମାଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟର ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି।

ଜଳନ୍ଧର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟର ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ଆଇନଶୃଙ୍ଖଳା, ଦୁର୍ନୀତି ଓ ନିଶା କାରବାରକୁ ନେଇ ରାଜ୍ୟ ସରକାରକୁ ଘେରିବା ସହ ଏହାକୁ ‘କଟ୍ଟର ବେଇମାନ ପାର୍ଟି’ ବୋଲି ଅଭିହିତ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୫,୪୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ସେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନର୍ବିକଶିତ ୭୫ଟି ରେଳ ଷ୍ଟେସନର ଉଦ୍‌ଘାଟନ କରିଥିଲେ। ଏଥିରେ ଜଳନ୍ଧର କ୍ୟାଣ୍ଟ ରେଳ ଷ୍ଟେସନ ମଧ୍ୟ ସାମିଲ ରହିଛି। ୨୦ଟି ରାଜ୍ୟରେ ଥିବା ଏହି ୭୫ଟି ଷ୍ଟେସନ ପ୍ରାୟ ୧,୫୭୦ କୋଟି ଟଙ୍କା ବ୍ୟୟରେ ଆଧୁନିକ ଓ ଯାତ୍ରୀବାନ୍ଧବ ସୁବିଧା ସହ ପୁନର୍ବିକଶିତ କରାଯାଇଛି। ଷ୍ଟେସନଗୁଡ଼ିକରେ ସ୍ଥାନୀୟ ସଂସ୍କୃତି, ପରମ୍ପରା ଓ ସ୍ଥାପତ୍ୟ କଳାର ଝଲକ ମଧ୍ୟ ସ୍ଥାନ ପାଇଛି।
ପ୍ରଧାନମନ୍ତ୍ରୀ କହିଥିଲେ, ଜନସେବା ପାଇଁ ସଚ୍ଚୋଟତା ଓ ନିଷ୍ଠା ଆବଶ୍ୟକ। କିନ୍ତୁ ପଞ୍ଜାବର ବର୍ତ୍ତମାନ ସରକାରଙ୍କ ପାଖରେ ଏହି ଦୁଇଟି ଗୁଣର ଅଭାବ ରହିଛି। ସେ ଅଭିଯୋଗ କରିଥିଲେ ଯେ, କେନ୍ଦ୍ର ସରକାର ପଞ୍ଜାବର ବିକାଶ ପାଇଁ ବହୁ ପରିମାଣର ଅର୍ଥ ଯୋଗାଇଥିଲେ ମଧ୍ୟ ତାହାର ସଠିକ୍‌ ବ୍ୟବହାର ହୋଇନାହିଁ। ବରଂ ରାଜ୍ୟର ଋଣଭାର ବଢ଼ିଚାଲିଛି ଏବଂ ସାଧାରଣ ଲୋକ ତାହାର ପରିଣାମ ଭୋଗୁଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button