Earthquake Felt in Kolkata: ପାକିସ୍ତାନ ପରେ କୋଲକାତାରେ ଭୂକମ୍ପର ଝଟକା… ଥରିଗଲା ସହର, ଘରୁ ବାହାରି ଆସିଲେ ଲୋକେ…
ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରେ ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପ ପରେ ଭୟଭୀତ ହୋଇ କୋଲାକାତାର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ ।

କୋଲକାତା: କୋଲକାତାରେ ଭୂକମ୍ପର ଝଟକା । ସକାଳେ ସକାଳେ ଥରିଗଲା କୋଲକାତା ସହର । ସକାଳ ୧୦ଟା ୧୦ ମିନିଟରେ ଦୋହଲିଗଲା କୋଲକାତା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ରହିଥିବା ସୂଚନା ।
ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରେ ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପ ପରେ ଭୟଭୀତ ହୋଇ କୋଲାକାତାର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ ।
ମିଳିଥିବା ସୂଚନା ଅନୁସାରେ ସକାଳ ୧୦ଟା ୧୦ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ଆଖପାଖ ଜିଲ୍ଲା ଏବଂ ଉତ୍ତର ବଙ୍ଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୁଚବିହାର ଏବଂ ଦିନାଜପୁରରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ତଥାପି, କୋଲାକାତର କୌଣସି ସ୍ଥାନରୁ କିଛି କ୍ଷୟକ୍ଷତିର ଖବର ମିଳିନାହିଁ ।
ପାକିସ୍ତାନରେ ବି ଭୂକମ୍ପ
ସକାଳେ ସକାଳେ ପାକିସ୍ତାନରେ ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଦୋହଲିଗଲା ପାକିସ୍ତାନର ମାଟି । ନିଦରୁ ଉଠୁଉଠୁ ଭୂକମ୍ପରେ ଥରିଲେ ଲୋକେ । ଭୂମିକମ୍ପର ପ୍ରଭାବ ଏତେ ଥିଲା ଯେ ଥରିଗଲା ସହର, ଛାନିଆରେ ଧାଇଁଲେ ଲୋକେ… ତେବେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଥିବା ବେଳେ ରାତି ୨ଟାରେ ଥରେ ଏବଂ ଭୋର ୩ଟା ୯ରେ ପୁଣି ଥରେ ଭୂକମ୍ପର ଝଟକା ପାକିସ୍ତାନକୁ ଲାଗିଛି । ଭୂକମ୍ପ ବଡ ଧରଣର ହୋଇଥିଲେ ବି ଏଯାଏଁ କୌଣସି ମୃତାହତର ଖବର ଆସିନି । ମାତ୍ର ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।




