ପାକିସ୍ତାନରେ ବି ଭୂକମ୍ପ

ସକାଳେ ସକାଳେ ପାକିସ୍ତାନରେ ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଦୋହଲିଗଲା ପାକିସ୍ତାନର ମାଟି । ନିଦରୁ ଉଠୁଉଠୁ ଭୂକମ୍ପରେ ଥରିଲେ ଲୋକେ । ଭୂମିକମ୍ପର ପ୍ରଭାବ ଏତେ ଥିଲା ଯେ ଥରିଗଲା ସହର, ଛାନିଆରେ ଧାଇଁଲେ ଲୋକେ… ତେବେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଥିବା ବେଳେ ରାତି ୨ଟାରେ ଥରେ ଏବଂ ଭୋର ୩ଟା ୯ରେ ପୁଣି ଥରେ ଭୂକମ୍ପର ଝଟକା ପାକିସ୍ତାନକୁ ଲାଗିଛି । ଭୂକମ୍ପ ବଡ ଧରଣର ହୋଇଥିଲେ ବି ଏଯାଏଁ କୌଣସି ମୃତାହତର ଖବର ଆସିନି । ମାତ୍ର ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।