ଦେଶ ବିଦେଶ

ED Raid: ବେଙ୍ଗାଲୁରୁରେ ଆଇଏସ୍‌ଆଇଏସ୍‌ ନିଯୁକ୍ତି ଓ ଅର୍ଥ ଯୋଗାଣ ମାମଲା: ୮ ସ୍ଥାନରେ ଇଡି ଚଢ଼ଉ

ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ (ଇସଲାମିକ୍‌ ଷ୍ଟେଟ୍‌) ପାଇଁ ଯୁବକମାନଙ୍କୁ ନିଯୁକ୍ତି, ସେମାନଙ୍କୁ କଟ୍ଟରପନ୍ଥୀ କରିବା ଓ ଅର୍ଥ ଯୋଗାଣ ସହ ଜଡ଼ିତ ଏକ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ...

ବେଙ୍ଗାଲୁରୁ: ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ (ଇସଲାମିକ୍‌ ଷ୍ଟେଟ୍‌) ପାଇଁ ଯୁବକମାନଙ୍କୁ ନିଯୁକ୍ତି, ସେମାନଙ୍କୁ କଟ୍ଟରପନ୍ଥୀ କରିବା ଓ ଅର୍ଥ ଯୋଗାଣ ସହ ଜଡ଼ିତ ଏକ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ବେଙ୍ଗାଲୁରୁ ଓ ଏହାର ଆଖପାଖ ଅଞ୍ଚଳର ୮ଟି ସ୍ଥାନରେ ଚଢ଼ଉ କରିଛି। ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ରୁଜୁ କରିଥିବା ଏଫ୍‌ଆଇଆର୍‌ ଆଧାରରେ ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ଇକ୍ରା ୱେଲ୍‌ଫେୟାର ଟ୍ରଷ୍ଟ, ଗାଇଡାନ୍ସ ଫର୍‌ ମ୍ୟାନ୍‌କାଇଣ୍ଡ ଓ ସେମାନଙ୍କ ସହ ଜଡ଼ିତ କେତେକ ବ୍ୟକ୍ତିଙ୍କ ବିରୋଧରେ ଆଇଏସ୍‌ଆଇଏସ୍‌ ପାଇଁ ଯୁବକମାନଙ୍କୁ ଚିହ୍ନଟ, କଟ୍ଟରପନ୍ଥୀ କରିବା ଓ ସଙ୍ଗଠନରେ ସାମିଲ କରିବାର ଅଭିଯୋଗ ରହିଛି। ଏହି ଅଭିଯୁକ୍ତମାନେ ‘ଇକ୍ରା କ୍ୟାମ୍ପ’ ନାମକ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଓ ‘କୁରାନ ସର୍କଲ’ ନାମକ ସାପ୍ତାହିକ ଅଧ୍ୟୟନ ଗୋଷ୍ଠୀ ମାଧ୍ୟମରେ କେତେକ ଯୁବକଙ୍କୁ ପ୍ରଭାବିତ କରୁଥିବା ଏନ୍‌ଆଇଏ ଅଭିଯୋଗ କରିଛି।

ଏନ୍‌ଆଇଏ ପୂର୍ବରୁ ଏହି ମାମଲାରେ ଇରଫାନ ନାସିର, ଅହମଦ ଅବ୍ଦୁଲ କାଦେର, ମହମ୍ମଦ ତୌକିର ମହମୁଦ, ଜୁହାବ ହାମିଦ ଶକିଲ ମନ୍ନା ଓ ମହମ୍ମଦ ଶିହାବଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଅଭିଯୋଗ ହୋଇଛି ଯେ, ସେମାନେ ଆଇଏସ୍‌ଆଇଏସ୍‌ରେ ଯୋଗଦେବା ପାଇଁ ଯୁବକମାନଙ୍କୁ ପ୍ରେରିତ କରିବା ସହ ସିରିଆକୁ ପଠାଇବା ପାଇଁ ଅର୍ଥ ସଂଗ୍ରହ ଓ ଯାତ୍ରାର ବ୍ୟବସ୍ଥା କରୁଥିଲେ। ଏହାଛଡ଼ା ସିଏଏ-ଏନ୍‌ଆର୍‌ସି ବିରୋଧୀ ଆନ୍ଦୋଳନ ସମୟରେ ମଧ୍ୟ ଆଇଏସ୍‌ଆଇଏସ୍‌ର ମତାଦର୍ଶ ପ୍ରଚାର କରିବାକୁ ସେମାନେ ଉଦ୍ୟମ କରିଥିବା ଅଭିଯୋଗ ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button