Education: ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଲେ ୫ଟି ପଞ୍ଚାୟତବାସୀ
କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟକୁ ନୂଆରାଜଘରାକୁ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଆଜି ଏକ ସ୍ଥାନୀୟ ମହାବୈଠକ ଅନୁଷ୍ଠିତ...

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏକଲବ୍ୟମଡେଲ ଆବାସିକ ବିଦ୍ୟାଳୟ (EMRS)କୁ ନୂଆରାଜଘରାକୁ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଆଜି ଏକ ସ୍ଥାନୀୟ ମହାବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାରଙ୍ଗଗଡ଼ ଅଞ୍ଚଳର ୫ଟି ପ୍ରମୁଖ ପଞ୍ଚାୟତର ଶତାଧିକ ପ୍ରତିନିଧି, ଗ୍ରାମବାସୀ ଏବଂ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ପ୍ରଶାସନର ଏକତରଫା ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଛନ୍ତି।
ସୂଚନାଯୋଗ୍ୟ ଯେ, ସାରଙ୍ଗଗଡ଼ ମୁଖ୍ୟାଞ୍ଚଳରେ ଏହି ବିଦ୍ୟାଳୟ ପାଇଁ ୧୨ ଏକର ମୁକ୍ତ ସରକାରୀ ଜମି ଉପଲବ୍ଧ ଥିବା ବେଳେ ପ୍ରଶାସନ ଜନସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରି ନୂଆରାଜଘରା ଠାରେ ଶହଶହ ମୂଲ୍ୟବାନ ଗଛ କାଟି ବିଦ୍ୟାଳୟ ସ୍ଥାପନ ପାଇଁ ଜମି ସଫା କରିଛି। ଏହା ବିରୋଧରେ ଅଞ୍ଚଳବାସୀ ମେଳି ବାନ୍ଧି ତୀବ୍ର ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲେଇବାକୁ ଅଣ୍ଟା ଭିଡିଛନ୍ତି।
ଅନ୍ୟପଟେ, ସ୍ଥାନୀୟ ଲୋକଙ୍କ ତୀବ୍ର ଅସନ୍ତୋଷ ଓ ଆନ୍ଦୋଳନକୁ ଭୟ କରି ପ୍ରଶାସନ ଆସନ୍ତା ୧୫ ତାରିଖ ଦିନ ସେଠାକୁ ନଆସି ଚୁପ୍ଚାପ୍ ଅନଲାଇନ୍ (ଭର୍ଚୁଆଲ୍) ମାଧ୍ୟମରେ ଶିଳାନ୍ୟାସ କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଏକ ସରକାରୀ ଗ୍ରିଭାନ୍ସ (ଅଭିଯୋଗ) ଉତ୍ତରରୁ ସ୍ପଷ୍ଟ ହୋଇଛି। ଏହାକୁ ନେଇ ଆଜି ଅଞ୍ଚଳବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି
ସୌଜନ୍ୟ ସମ୍ବାଦ




