Education: ବିଦ୍ୟାଳୟରେ ଛାତ୍ର ପୋଡି ଘଟଣା: ଆଖିବୁଜିଲେ ବିରେନ୍ ଟାକ୍ରି

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡ଼ାସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସର ନିଆଁରେ ପୋଡ଼ି ହୋଇ ଗୁରୁତର ଛାତ୍ର ବିରେନ୍ ଟାକ୍ରିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ଜାନୁଆରି ୫ତାରିଖରେ ପାଇକ ଡାକୁଲୁଗୁଡା ଉନ୍ନିତି ଉଚ୍ଚ ବିଦ୍ୟାଳୟର ଉପର ମହଲାରେ...

ବିଷମକଟକ: ରାୟଗଡା ଜିଲ୍ଲାବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡା କୁଲୁଗୁଡ଼ାସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସର ନିଆଁରେ ପୋଡ଼ି ହୋଇ ଗୁରୁତର ଛାତ୍ର ବିରେନ୍ ଟାକ୍ରିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ଜାନୁଆରି ୫ତାରିଖରେ ପାଇକ ଡାକୁଲୁଗୁଡା ଉନ୍ନିତି ଉଚ୍ଚ ବିଦ୍ୟାଳୟର ଉପର ମହଲାରେ ଜଣେ ଛାତ୍ରର ସେହି ବିଦ୍ୟାଳୟର ୪ଜଣ ଛାତ୍ରଙ୍କ ଉପରେ ଥିନେର ପାଇ ନିଆଁ ଲଗାଇ ଦେଇଥିଲା। ଏହି ଘଟଣାରେ ୪ଜଣ ଛାତ୍ର ପୋଡ଼ି ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ।

ଗୁରୁତର ଆହତ ଛାତ୍ରଙ୍କୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେ ମେଡିକାଲ ବେଡରେ ଦୀର୍ଘ ୪୮ଦିନ କାଳ ଜୀବନ ସହ ସଂର୍ଘସ କରି ଶେଷରେ ମଙ୍ଗଳବାର ଦିନ ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ ଛାତ୍ର ଜଣକ ପାଇକଡାକୁଲୁଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ସେ ପାଇକଡାଗୁଲୁଗୁଡା ଗ୍ରାମର ବାବୁଲା ଟାକ୍ରିଙ୍କ ପୁତ୍ର ଅଟନ୍ତି।

ବିରେନ୍‌ଙ୍କ ମୃତ୍ୟ ଖବର ପରିବାର ବନ୍ଧୁ ବର୍ଗଙ୍କୁ ମର୍ମାହତ କରିଛି। ଛାତ୍ରର ମୃତ୍ୟ ନେଇ ପରିବାର ଲୋକେ ମୁନିଗୁଡା ଥାନା ଅଧିକାରୀଙ୍କୁ ଅବଗତ କରିଛନ୍ତି। ଏ ଘଟଣାକୁ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ବରୁ ମୁନିଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମୁନିଗୁଡା ଏବଂ ବିଷମ କଟକ ପୁଲିସ୍ ଘଟଣାର ତଦନ୍ତ କରିବା ସହ ଆହତ ଛାତ୍ରମାନଙ୍କ ବୟାନ ଆଧାରେ ଅଗ୍ନିକାଣ୍ଡ ଭିଆଇଥିବା ଛାତ୍ରଙ୍କ ବିରୋଧରେ ମାମାଲା ରୁଜୁ କରିଥିବାର ଜଣାପଡିଥିଲା ତେବେ ବର୍ତମାନ ଜଣେ ଗୁରୁତର ଛାତ୍ରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତଦନ୍ତ କେଉଁ ଦିଗକୁ ଗତି କରିବ ଏବଂ ଅଗ୍ନିକାଣ୍ଡ ରେ ସଂପୃକ୍ତ ଥିବା ର ଅଭିଯୋଗ ହୋଇଥିବା ଛାତ୍ର ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।

ସୌଜନ୍ୟ ସମ୍ବାଦ

Exit mobile version