ଦେଶ ବିଦେଶ

Election: ଏକ ଲକ୍ଷରୁ ଅଧିକ ବୈଠକ ବିଜେପିର ପ୍ରଚଣ୍ଡ ବହୁମତ ପଛରେ କାହାଣୀ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ବିଜୟ କେବଳ ବଡ଼ ବଡ଼ ନେତାଙ୍କ ବିଶାଳ ରାଲିର ଫଳାଫଳ ନୁହେଁ, ବରଂ ଏକ ବହୁମୁଖୀ ତୃଣମୂଳସ୍ତରୀୟ ଅଭିଯାନ ଥିଲା। କମଲ (ପଦ୍ମ) ମେଲା, ଫୁଟବଲ୍ ମ୍ୟାଚ୍ ଓ ଘର ଘର ବୁଲି ଭୋଟରଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିଥିଲା। ‘ବଚତେ ଚାଇ, ବିଜେପି ତାଇ’ ଭଳି ସ୍ଲୋଗାନ ବଡ଼ଠାରୁ ଛୋଟ ପର୍ଯ୍ୟନ୍ତ ସବୁ ଲୋକଙ୍କ ମୁହଁରେ ଥିଲା। ସୁନୀଲ ବଂଶଲ ଓ ଭୂପେନ୍ଦ୍ର ଯାଦବଙ୍କ ପରଦା ପଛର ରଣନୀତି ନିର୍ବାଚନୀ ରଣନୀତିକୁ ଅତି ସୂକ୍ଷ୍ମ ସ୍ତରରେ ପରିଚାଳିତ କରିଥିଲା।

ପଶ୍ଚିମବଙ୍ଗରେ ବିଜୟ ପାଇଁ ବିଜେପି ଅନେକ ଦିନ ହେଲା ତୃଣମୂଳ ସ୍ତରରୁ ପ୍ରସ୍ତୁତି କରିଆସୁଥିଲା। ଗଳି କନ୍ଦିରେ ବୁଲି ବୁଲି, ବୁଥ୍‌-ବୁଥ୍‌ ଓ ଘରେ ଘରେ ପହଞ୍ଚି ଲୋକଙ୍କୁ ବିଜେପି ସପକ୍ଷରେ କରିବା ନେଇ ରଣନୀତି କରିଥିଲା। ଏହି ରଣନୀତି ପରେ ଦୁଇଟି ପ୍ରମୁଖ ଚେହେରା ଥିଲେ ସୁନିଲ ବଂଶଲ ଓ ନିର୍ବାଚନ ପ୍ରଭାରୀ ଭୁପେନ୍ଦ୍ର ଯାଦବ। ଏହି ଦୁଇ କେନ୍ଦ୍ର ନେତୃତ୍ବ ସହିତ ମିଶି ବିପ୍ଳବ କୁମାର ଦେବ ତୃଣମୂଳ ସ୍ତରରେ ରଣନୀତିକୁ ଆଗେଇ ନେଇଥିଲେ। ପଶ୍ଚିମବଙ୍ଗର ଏହି ବିଜୟକୁ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ପ୍ରଚାର ଅଭିଯାନ ଇଞ୍ଜିନିୟରିଂ ଭାବେ ଦେଖିବାକୁ ହେବ। ସବୁ ପଦକ୍ଷେପ ଯୋଜନା ବଦ୍ଧ ଓ ସିଧାସଳଖ ମତଦାତାଙ୍କୁ ଛୁଇଁବା ପରି ରହିଥିଲା।

ବିଜେପି ଏହି ନିର୍ବାଚନରେ ‘କମଲ ମେଲା’ ନାମରେ ଏକ ବିଚିତ୍ର ପ୍ରୟୋଗ ଆରମ୍ଭ କରିଥିଲା ବୋଲି ପଶ୍ଚିମଙ୍ଗ ନିର୍ବାଚନୀ ପ୍ରଚାର, କଣ୍ଟେଟ ଓ ନେରେଟିଭ୍‌ ଇନଚାର୍ଜ କେକେ ଉପାଧ୍ୟୟ କହିଛନ୍ତି। ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ ନଥିଲା, ବରଂ ଏକ ସାମାଜିକ -ରାଜ‌ନୈତିକ ଉତ୍ସବ ଥିଲା, ଯାହା ରାଜନୀତିକୁ ସାଧାରଣ ଲୋକଙ୍କ ଜୀବନ ସହିତ ଯୋଡ଼ି ଦେଇଥିଲା। ବିଧାନସଭା କ୍ଷେତ୍ରରେ ଆୟୋଜିତ ଏହି ମେଳା ପାର୍ଟିକୁ ଅଲଗା ପରିଚୟ ଦେଇଥିଲା। ଏଠାରେ ସ୍ଥାନୀୟ ସଂସ୍କୃତି, ସଂଗୀତ, ଆଲୋଚନା ଓ ରାଜନୈତିକ ବାର୍ତ୍ତା ସବୁ ଏକାଠି ହୋଇଥିଲା। ଏହି ପଦକ୍ଷେପର ସ୍ପଷ୍ଟ ଉଦ୍ଦେଶ୍ୟ ଥିଲା ରାଜନୀତିକୁ ମଞ୍ଚରୁ ବାହାର କରି ସମାଜକୁ ଆଣିବା ଏବଂ ଠିକ୍ ତାହା ହିଁ ଘଟିଲା। ଯେଉଁଠାରେ ପାରମ୍ପରିକ ରାଲିର ସୀମିତ ପ୍ରଭାବ ଥାଏ, ସେଠାରେ କମଲ ମେଲା ଲୋକମାନଙ୍କୁ ଅଂଶଗ୍ରହଣକୁ ସଶକ୍ତ କରିଥିଲା।

 

 

ସୌଜନ୍ୟ ସମ୍ବାଦ

Show More
Back to top button