ରାଜ୍ୟ

Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ

କନ୍ଧମାଳ ଜିଲ୍ଲା ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର କୁରୁମୁଙ୍ଗିଆରେ ଜଙ୍ଗଲରେ ଦନ୍ତା ହାତୀ ଉପଦ୍ରବ ଦେଖିବାକୁ ମିଳିଛି। କିଛି ଦିନର ନୀରବତା ପରେ ପୁଣି ଦନ୍ତା ନିଜ ଉଗ୍ର ରୂପ ଦେଖେଇବା ଫଳରେ ଲୋକ ଭୟଭୀତ...

ଘୁ ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳଜିଲ୍ଲା ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର କୁରୁମୁଙ୍ଗିଆରେ ଜଙ୍ଗଲରେ ଦନ୍ତା ହାତୀ ଉପଦ୍ରବ ଦେଖିବାକୁ ମିଳିଛି। କିଛି ଦିନର ନୀରବତା ପରେ ପୁଣି ଦନ୍ତା ନିଜ ଉଗ୍ର ରୂପ ଦେଖେଇବା ଫଳରେ ଲୋକ ଭୟଭୀତ ଅବସ୍ଥାରେ। ମଙ୍ଗଳବାର ରାତିରେ କୁରୁମିଙ୍ଗିଆ ଅଞ୍ଚଳରେ ଦନ୍ତାହାତୀ ଫସଲ ନଷ୍ଟ କରିବା ସହ ଏକ ମଇଁଷି କୁ ଜୀବନରେ ମାରିଦେଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ରାତି ପ୍ରାୟ ରାତି ୩ ଘଣ୍ଟ ସମୟରେ ହାତୀଟି କୁରୁମୁଙ୍ଗିଆ ଗ୍ରାମରେ ପହଞ୍ଚିବା ପରେ ଏକ ଗୁହାଳରେ ବନ୍ଧା ଯାଇଥିବା ମଇଁଷିକୁ ମାରି ଦେଇଥିଲା। ବର୍ତ୍ତମାନ ଜଂଗଲୀ ଦନ୍ତା ହାତୀର ଉପଦ୍ରବରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। କିଛି ସ୍ଥାନରେ ବହୁ ଫସଲ ନଷ୍ଟ କରିଦେଇଥିବା ଜଣାପଡ଼ିଛି।

ହାତୀ ଭୟରେ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ିବାରେ ଲାଗିଛି। ଚାଷ ଜମିରେ ଫସଲ ନଷ୍ଟ କରିବା ଯୋଗୁଁ ଚାଷୀ ଚିନ୍ତାରେ ଜଙ୍ଗଲରେ ହାତୀ ଯାତାୟତ କରିଥିବା ଯୋଗୁଁ ଅଞ୍ଚଳବାସୀ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଲୋକ ଏବେ ହାତୀ ଯୋଗୁଁ ନିଜ ଜୀବିକା ହରେଇ ଦୁଃଖ ଦୁର୍ଦଶାରେ ଜୀବନ ଅତିବାହିତ କରୁଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button