ରାଜ୍ୟ

Elephant: ଟ୍ରେନ୍‌ ଇଞ୍ଜିନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଟ୍ରେନ ଇଞ୍ଜିନ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିବା ଜଣାପଡିଛି I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳଧାରଣାରେ ଏହି ଘଟଣା ଘଟିଛି

ରାୟଗଡା(ଶିବ ପ୍ରସାଦ ଦୋରା): ଟ୍ରେନ ଇଞ୍ଜିନ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିବା ଜଣାପଡିଛି I ରାୟଗଡାଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳଧାରଣାରେ ଏହି  ଘଟଣା ଘଟିଛି I ରେଳଧାରଣାଠାରୁ ୩ ମିଟର ଦୂରରେ ପଡ଼ିଛି ହାତୀର ମୃତଦେହ I

ସୂଚନାରୁ ଜଣାପଡିଛି ଯେ ୩୧୨/୫-୭ କିଲୋମିଟର ନିକଟରେ ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍‌ ଦନ୍ତା  ହାତୀଟିକୁ ଧକ୍କା ଦେଇଥିଲା I ଘଟଣା ବିଳମ୍ବିତ ରାତିରେ  ହୋଇଥିବା ବେଳେ ଆରପିଏଫ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି I ବର୍ଷା ହେଉଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ  ବିଳମ୍ବିତ ହୋଇଛି | କିଛି ମାସ ହେଲା କଳାହାଣ୍ଡି ଜିଲ୍ଲାରୁ ଏକ ଚାରି ଟିକିଆ ହାତୀ ବିଷମକଟକ ବ୍ଲକର ଭାତପୁର ବୁରୁନ୍ଦାବାଡ଼ି ଅଞ୍ଚଳରେ ବୁଲାବୁଲି କରୁଥିଲେ |

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button