ରାଜ୍ୟ
Elephant attack: ଘର ଭାଙ୍ଗିଲା, ଗାଈକୁ ଆକ୍ରମଣ କଲା ହାତୀ
କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଓ ଟିକାବାଲି ବ୍ଲକ ସୀମାନ୍ତ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି। ଡୁଡା ବୁଡ଼ାମାହା ଓ ଟପରବାଲି ଗ୍ରାମରେ ହାତୀ ପଶି କେତେକ ଘର ଭାଙ୍ଗିବା ସହ ଗୋଟିଏ ଗାଈକୁ ଆଘାତ କରିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି।

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ଓ ଟିକାବାଲି ବ୍ଲକ ସୀମାନ୍ତ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି। ଡୁଡା ବୁଡ଼ାମାହା ଓ ଟପରବାଲି ଗ୍ରାମରେ ହାତୀ ପଶି କେତେକ ଘର ଭାଙ୍ଗିବା ସହ ଗୋଟିଏ ଗାଈକୁ ଆଘାତ କରିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି।
ସୂଚନା ଅନୁସାରେ, ଟପରବାଲି ଓ ଡୁଡା ବୁଡ଼ାମାହା ଗ୍ରାମରେ ହାତୀ ଉପଦ୍ରବ କରି ବାମଦେବ ପ୍ରଧାନ, ସୁକଇ ପ୍ରଧାନ, ଜନାସ ଦିଗାଲ ଓ ବାମଦେବ ଦିଗାଲଙ୍କ ଘର ଭାଙ୍ଗି ଦେଇଛି। ଏଥିସହ ଗୋଟିଏ ଗାଈକୁ ମଧ୍ୟ ହାତୀ ଆକ୍ରମଣ କରି ଆଘାତ କରିଥିବା ଜଣାପଡ଼ିଛି।
ବାରମ୍ବାର ହାତୀ ଗାଁ ଭିତରକୁ ପଶି ଘରଦ୍ୱାର ଓ ଗୃହପାଳିତ ପଶୁଙ୍କୁ କ୍ଷତି କରୁଥିବାରୁ ଗ୍ରାମବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଶୀଘ୍ର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




