ଓଡିଶା

କଟକ ତେଲୁଗୁ ପ୍ରିମିୟର ଲିଗ୍ କ୍ରିକେଟ ଉଦଯାପିତ, ଯୋଗ ଦେଲେ ୧୨ଟି ସାହିର ଯୁବକ

କଟକ: କଟକ ସନ୍ ସାଇନ୍ ପଡ଼ିଆ ଠାରେ ଦୁଇଦିନ ଧରି ଚାଲିଥିବା କଟକ ତେଲୁଗୁ ପ୍ରିମିୟର ଲିଗ୍ କ୍ରିକେଟ ଉଦଯାପିତ ହୋଇଯାଇଛି। କଟକ ସହରରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ତେଲୁଗୁ ଭାଷାଭାଷୀ ଲୋକ ୧୨ଟି ସାହିରେ ବସବାସ କରୁଥିବା ବେଳେ ଏମାନଙ୍କ ଭିତରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ କଟକ ୟୁଥ୍ ଚାରିଟେବୁଲ ଟ୍ରଷ୍ଟର ପ୍ରୟାସରେ ଏହି ମେଗା ଟେନିସ ବଲ୍ କ୍ରିକେଟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ପ୍ରଥମ ଥର ପାଇଁ ତେଲୁଗୁ ଭାଷାଭାଷୀଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଏହି କ୍ରିକେଟ ପ୍ରତିଯୋଗିତାରେ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ଯୋଗ ଦେଇଥିଲେ। ଆଗାମୀ ଦିନରେ ଏହି ପ୍ରତିଯୋଗିତାକୁ ବ୍ୟାପକ କରିବା ଲକ୍ଷ ରଖିଛନ୍ତି ଆୟୋଜକ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button