ରାଜ୍ୟ

Enforcement Directorate: ପ୍ରଶ୍ନପତ୍ର ଲିକ ମାମଲା: ଓଡ଼ିଶା ଓ ପଶ୍ଚିମବଙ୍ଗର ୧୨ଟି ସ୍ଥାନରେ ଇଡିର ଚଢ଼ଉ

ସବଇନ୍ସପେକ୍ଟର ପ୍ରଶ୍ନପତ୍ର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବଡ଼ଧରଣର ଖୁଲାସା କରିଛି।

ଭୁବନେଶ୍ୱର: ସବଇନ୍ସପେକ୍ଟର ପ୍ରଶ୍ନପତ୍ର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବଡ଼ଧରଣର ଖୁଲାସା କରିଛି। ପ୍ରଶ୍ନପତ୍ର ଦୁର୍ନୀତିର ଯାଞ୍ଚ କରିବା ପାଇଁ ଇଡି ପକ୍ଷରୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୋଟ ୧୨ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ମୁଖ୍ୟତଃ ‘ସିଲିକନ୍ ଟେକ୍ ଲ୍ୟାବ’, ‘ପଞ୍ଚସଫ୍ଟ ଟେକ୍ନୋଲୋଜି’ ଏବଂ ‘ପିଏସ୍‌ଆଇଏଲ୍ ଇଣ୍ଟରନ୍ୟାସନାଲ୍’ ସହିତ ଜଡ଼ିତ ବିଭିନ୍ନ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ଠିକଣାରେ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button