Even grapes: ଅଙ୍ଗୁର ବି ଆପଣଙ୍କ କ୍ଷତି କରିପାରେ

ଖରାଦିନେ ରସାଳ ଅଙ୍ଗୁର ଆମ ଶରୀର ପାଇଁ ଯେତେ ଉପାଦେୟ ହୋଇଥାଏ, ଏଥିରେ ଲୁଚିଥିବା କୀଟନାଶକ ବା ପେଷ୍ଟିସାଇଡ୍‌ ସେତେ ବିପଜ୍ଜଜନକ। ବଜାରରୁ ଅଣା ହୋଇଥିବା ଅଙ୍ଗୁରକୁ ସାଦା.....

ଖରାଦିନେ ରସାଳ ଅଙ୍ଗୁର ଆମ ଶରୀର ପାଇଁ ଯେତେ ଉପାଦେୟ ହୋଇଥାଏ, ଏଥିରେ ଲୁଚିଥିବା କୀଟନାଶକ ବା ପେଷ୍ଟିସାଇଡ୍‌ ସେତେ ବିପଜ୍ଜଜନକ। ବଜାରରୁ ଅଣା ହୋଇଥିବା ଅଙ୍ଗୁରକୁ ସାଦା ପାଣିରେ ଭଲଭାବେ ଧୋଇଲା ପରେ ବି ତା’ ଉପରୁ କ୍ଷତିକାରକ ରାସାୟନିକ ପଦାର୍ଥ ଛାଡ଼ି ନଥାଏ, ଯାହା ଆମ ଶରୀରର କ୍ଷତି କରିପାରେ। ଏଥିରେ ଧୂଳି ବା ବିଷାକ୍ତ ରାସାୟନିକ ପଦାର୍ଥ ଲାଖିରହି ସହଜରେ ଯାଏନାହିଁ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ପ୍ରସ୍ତୁତ ‘ପିଙ୍କ୍‌ ବୁକ୍‌’ରେ କୁହାଯାଇଛି ଯେ, ଅଙ୍ଗୁରକୁ ପାଣିରେ ଭଲଭାବେ ଧୋଇଦେଲେ ତାହା କୀଟାଣୁମୁକ୍ତ ହୋଇଗଲା ବୋଲି କହିହେବ ନାହିଁ, ଏଥିପାଇଁ ଏକ ପଦ୍ଧତି ଦେଇ ଯିବାକୁ ପଡ଼ିବ। ଅଙ୍ଗୁରରେ ଅୟଲି ଓ ଭ୍ୟାକ୍ସି ଭଳି କେତେକ କୀଟନାଶକ ବ୍ୟବହୃତ ହୋଇଥାଏ, ଯାହା ଭଲଭାବେ ପାଣିରେ ଧୋଇଲେ ବି ଯାଇ ନଥାଏ।

 

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପ୍ରଥମେ ଅଙ୍ଗୁରକୁ ୨୦-୩୦ ସେକେଣ୍ଡ୍ ପାଣିରେ ହାଲୁକାଭାବେ ଧୋଇବା ଦରକାର। ପରେ ଏଥିରେ ଥିବା କୀଟନାଶକକୁ ହଟାଇବା ପାଇଁ ବେକିଂ ସୋଡ଼ା ମିଶା ପାଣିରେ କିଛି ସମୟ ବୁଡ଼ାଇ ରଖନ୍ତୁ। ପରେ ବ୍ୟାକ୍ଟେରିଆ ଫଙ୍ଗସ୍‌ ହଟାଇବା ପାଇଁ ଭିନେଗାର୍‌ରେ ଧୋଇଦେବା ଭଲ। ଏଭଳି କଲେ ଅଙ୍ଗୁର ମଧ୍ୟ ଶୀଘ୍ର ପଚିଯାଏ ନାହିଁ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version