Fake BMC employees: ରାଜଧାନୀରେ ମାତିଲେଣି ଜାଲ୍ ବିଏମ୍ସି କର୍ମଚାରୀ, ଦୋକାନ ସିଲ୍ ଧମକ ଦେଇ ବ୍ୟାବସାୟିକ କୋଠାରୁ ଟଙ୍କା ଆଦାୟ…

ଭୁବନେଶ୍ୱର,୨୪/୦୮: ଆବାସିକ ପ୍ଲାନିଂ ନେଇ ବ୍ୟବସାୟ କରୁଛ । ଟ୍ରେଡ୍ ଲାଇନେନ୍ସ ନାହିଁ । ଦୋକାନ ସିଲ୍ କରିବୁ । ଏମିତି ନାଲି ଆଖି ଦେଖାଉଛନ୍ତି । ଗଳାବାଟରେ ଟଙ୍କା ନେଇ ମାମଲା ରଫାଦଫା କରୁଛନ୍ତି । ବିଏମ୍ସି ନାଁ ନେଇ କିଛି ଜାଲିଆ କର୍ମଚାରୀ ଏପରି ଟଙ୍କା ଆଦାୟ ଘଟଣା ଏବେ ସାମ୍ନାକୁ ଆସିଛି ।
ଦିନକ ତଳେ ଡୁମୁଡୁମା ଅଞ୍ଚଳରେ କିଛି ବ୍ୟକ୍ତି ନିଜକୁ ବିଏମ୍ସିର କର୍ମଚାରୀ ପରିଚୟ ଦେଇ ଏକାଧିକ ଦୋକାନରେ ଚଢ଼ଉ କରିଥିଲେ । ସେମାନେ ହଠାତ୍ ଦୋକାନରେ ପହଞ୍ଚି ପ୍ଲାନିଂ କାଗଜପତ୍ର ମାଗିଥିଲେ । ଆବାସିକ ପ୍ଲାନିଂ ଆଣି କାହିଁକି ବ୍ୟବସାୟ କରୁଛ ବୋଲି ତାଗିଦ କରିଥିଲେ । ଏହା ସହ ମୋଟା ଅଙ୍କର ଫାଇନ ଲାଗିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ମାମଲା ରଫାଦଫା କରିବା ପାଇଁ ଟଙ୍କା ମାଗିଥିଲେ । ଭୟରେ ଦୋକାନ ଜଣଙ୍କ ଟଙ୍କା ଦେଇଥିଲେ । ହେଲେ ଏବାବଦକୁ କୌଣସି ରସିଦ ଦେଇନଥିଲେ । ଅନୁରୂପ ଭାବେ ବାପୁଜୀନଗରରେ ମଧ୍ୟ ଏହି ଘଟଣା ସାମ୍ନାକୁ ଆସିଛି । ଏକ ଇଲେକ୍ଟ୍ରିକ୍ ଦୋକାନରୁ ମଧ୍ୟ ସାମାନ ଭାବେ ଟଙ୍କା ଆଦାୟ ହୋଇଥିବା ନେଇ ଅଭିଯୋଗ ଆସିଛି । ଏହା ସହ ଅନ୍ୟ ଅଞ୍ଚଳରେ ମଧ୍ୟ ଏପରି ଭାବେ ବିଏମ୍ସି ନାଁରେ ଟଙ୍କା ଆଦାୟ କରୁଥିବାର ଅଭିଯୋଗ ଆସିଛି ।
ବିଏମ୍ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଆବାସିକ ପ୍ଲାନିଂରେ ବ୍ୟବସାୟ କରୁଥିବା ୪୭୩୯ ଜଣଙ୍କୁ ନୋଟିସ କରାଯାଇଥିଲା । ଏବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଛି । ସଂଖ୍ୟା ପାଖାପାଖି ୧୦ ହଜାର ଡେଇଁଛି । ପ୍ରତିଦିନ ନୂଆ ଦୋକାନ ଏହି ତାଲିକାରେ ଯୋଡି ହେଉଛି । ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବ । ଏହାରି ସୁଯୋଗ ନେଇ କିଛି ଅସାଧୁ କର୍ମଚାରୀ ଏହାର ଫାଇଦା ନେଉଥିବା ନେଇ ଅଭିଯୋଗ ଆସିଛି । ଏହି ଜାଲ୍ କର୍ମଚାରୀମାନେ ଛୋଟ ଛୋଟ ଦୋକାନକୁ ଟାର୍ଗେଟ କରୁଛନ୍ତି । ସେପେଟ ବିଏମ୍ସିର ଡେପୁଟି କମିଶନର ଅଜୟକୁମାର ମହାନ୍ତି କହିଛନ୍ତି ଯେ ବିଏମ୍ସି କୌଣସି ପରିସ୍ଥିତିରେ ଟଙ୍କା ଆଦାୟ କରିବ ନାହିଁ । ଯଦି ଟଙ୍କା ନେବ ଏହାର ରସିଦ ଦେବ । ଯଦି ରସିଦ ଦିଆଯାଉନି ତାହେଲେ ସଙ୍ଗେ ସଙ୍ଗେ ଏନେଇ ବିଏମ୍ସି ହେଲ୍ପଲାଇନ୍ ନମ୍ବରରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଅଭିଯୋଗ ଆସିଲେ ଆମେ ସଙ୍ଗେ ସଙ୍ଗେ ପୁଲିସର ଆଶ୍ରୟ ନେବୁ ବୋଲି ସେ କହିଛନ୍ତି ।
ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଏକାଧିକ ଥର ୟୁଜର୍ସ ଫି, ଭେଣ୍ଡିଂଜୋନ୍, ଡୋର ଟୁ ଡୋର ଅଳିଆ ସଂଗ୍ରହ ବିଲ୍ଡିଂ ଆସେସମେଣ୍ଟ ଆଳ ଦେଖାଇ ବାରମ୍ବାର ଟଙ୍କା ଆଦାୟ ହୋଇଛି । ତେଣୁ ଏହି ସବୁ ଉପରେ ନଜର ରଖିବାବାକୁ ସାଧାରଣ ଲୋକେ।
ସୌଜନ୍ୟ ପ୍ରମେୟ




