Farming: ବିଦ୍ୟାଳୟରେ କୃଷି: ଏଣିକି ପାଠ ସହ ପିଲା ପଢ଼ିବେ ଚାଷ କଥା, ସପ୍ତାହରେ ଗୋଟେ କ୍ଲାସ କୃଷି ପାଇଁ ସମର୍ପିତ…

farming

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଅନୁଭବ ଆଧାରିତ ଶିକ୍ଷାର ବିକାଶ ପାଇଁ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଦ୍ୱାରା ବିଦ୍ୟାଳୟରେ କୃଷି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କୃଷି କେବଳ ଆଉ ସୀମିତ ପରିସର ଭିତରେ ନାହିଁ ବରଂ କୃଷିର ବୃହତ୍ତର ଦିଗକୁ ସମସ୍ତଙ୍କ ନିକଟରେ ପହଞ୍ଚିବା ଜରୁରୀ । ବିକଶିତ ଓଡ଼ିଶା ଗଠନରେ କୃଷି ହିଁ ପ୍ରମୁଖ ଭୂମିକା ଗ୍ରହଣ କରେ । ବର୍ତ୍ତମାନ ସମୟରେ ବୈଜ୍ଞାନିକ ଉପାୟରେ ଚାଷବାସ କରି ଅନେକ ଯୁବକ, ମହିଳା ଓ ଉଦ୍ୟୋଗୀ ମାନେ ବେଶ୍ ସଫଳତା ପାଉଛନ୍ତି । ତେବେ ପିଲାଦିନରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୃଷିର ବିଭିନ୍ନ ସୋପାନକୁ ପହଞ୍ଚାଇବା ଦିଗରେ ବିଦ୍ୟାଳୟରେ କୃଷି କାର୍ଯ୍ୟକ୍ରମ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଦ୍ୱାରା ଆରମ୍ଭ କରାଯାଇଥିଲା।

WhatsApp Image 2026-04-25 at 11.54.38

ସମ୍ୱଲପୁର ଲୋକସଭା ଅନ୍ତର୍ଗତ ଦେବଗଡ ଜିଲ୍ଲା ମରଡଙ୍ଗ ବିଦ୍ୟାଳୟରେ ପିଲା ମାନଙ୍କ ମଧ୍ୟରେ ଜୈବିକ ଚାଷକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସପ୍ତାହରେ ଗୋଟେ କ୍ଲାସ କୃଷି ପାଇଁ ରଖାଯାଇଥିଲା । ଯାହା ଦ୍ୱାରା ପିଲା ମାନେ ନିଜେ କେବଳ ପୁସ୍ତକ ପାଠ ନୁହେଁ ବରଂ ଦୈନନ୍ଦିନ ଜୀବନରେ ଜୈବିକ ଚାଷ ବି କେମିତି ପରିବେଶ ଆଉ ଜନଜୀବନକୁ ସୁସ୍ଥ ରଖିପାରିବ ସେ ଦିଗରେ ଜାଣି ପାରିବେ । ଏ ଦିଗରେ ବିଦ୍ୟାଳୟର ପିଲାମାନେ ଜାତୀୟ ଶିକ୍ଷା ନୀତିକୁ ବୁଝିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଚିଠି ଲେଖି ସେମାନଙ୍କର ସଫଳତା ବିଷୟରେ ଜଣାଇଛନ୍ତି । ପାଠ ସହ ଓଡ଼ିଆ ଭାଷା ରେ learning by doing ଉପରେ ଗୁରୁତ୍ବ ଦେଇ ବିଦ୍ୟାଳୟରେ ଜୈବିକ ଉପାୟରେ ବିଭିନ୍ନ ଜୈବିକ ପନିପରିବା , ଜୈବିକ ଖତ ସାର ପ୍ରସ୍ତୁତି ବିଷୟରେ ଶିଖି ପାରୁଛନ୍ତି।

ସୌଜନ୍ୟ ସମ୍ବାଦ