ଦେଶ ବିଦେଶ

FIFA World Cup : ଭାରତ ମାଟିରେ ଖେଳିଥିଲେ ସ୍ପେନ୍‌ ବିଶ୍ବକପ୍‌ ନାୟକ

ସ୍ପେନକୁ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ୍ କରିଥିବା ବିଜୟୀ ଗୋଲ୍ ସ୍କୋର କରିଥିବା ଖେଳାଳି ଭାବରେ ସାରା ବିଶ୍ୱ ତାଙ୍କୁ ସବୁଦିନ ପାଇଁ ମନେ ରଖିବ। କିନ୍ତୁ ଏକଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ, ସ୍ପେନର ଫିଫା ବିଶ୍ୱକପ୍ ବିଜୟର ଏହି ମହାନାୟକଙ୍କ ଭାରତ ସହିତ ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି।

ନ୍ୟୁଜର୍ସି : ସ୍ପେନ୍‌ର ଫେରାନ ଟୋରେସ୍‌ ଫିଫା ବିଶ୍ୱକପ୍ ଇତିହାସରେ ନିଜ ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି । ଫାଇନାଲ୍‌ର ୧୦୬ତମ ମିନିଟରେ ବାମ ଗୋଡ଼ରେ ସେ ମାରିଥିବା ଏକ ଶକ୍ତିଶାଳୀ ସଟ୍‌ ଗୋଲ୍ ପୋଷ୍ଟ ଭିତରକୁ ଯିବା ସହ ତାଙ୍କୁ ସଦାସର୍ବଦା ପାଇଁ ଅମର କରିଦେଇଛି। ସ୍ପେନକୁ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ୍ କରିଥିବା ବିଜୟୀ ଗୋଲ୍ ସ୍କୋର କରିଥିବା ଖେଳାଳି ଭାବରେ ସାରା ବିଶ୍ୱ ତାଙ୍କୁ ସବୁଦିନ ପାଇଁ ମନେ ରଖିବ। କିନ୍ତୁ ଏକଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ, ସ୍ପେନର ଫିଫା ବିଶ୍ୱକପ୍ ବିଜୟର ଏହି ମହାନାୟକଙ୍କ ଭାରତ ସହିତ ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି।

ବିଶ୍ୱକପ୍ ଫାଇନାଲରେ ନିଜର ସେହି ଗୌରବମୟ ବିଜୟୀ ଗୋଲ୍ ସ୍କୋର କରିବାର ପ୍ରାୟ ନଅ ବର୍ଷ ପୂର୍ବେ, ଫେରାନ ତୋରେସ – ଜଣେ ନବାଗତ ୧୭ ବର୍ଷୀୟ କିଶୋର ଭାବରେ – ଭାରତ ମାଟିରେ ପାଦ ଥାପିଥିଲେ। ୨୦୧୭ରେ ଭାରତରେ ଆୟୋଜିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ସେ ସ୍ପେନକୁ ରୌପ୍ୟ ପଦକ ଜିତାଇବାରେ ସାହାଯ୍ୟ କରିଥିଲେ। ସେ ସ୍ପେନର ଫାଇନାଲ୍ ଯାତ୍ରାରେ ଦୁଇଟି ଗୋଲ୍ ଏବଂ ଦୁଇଟି ଆସିଷ୍ଟ (ଗୋଲ୍ କରିବାରେ ସହଯୋଗ) କରିଥିଲେ।

୨୦୨୬ ବିଶ୍ବକପ୍‌ ଫାଇନାଲ୍‌ରେ ଏକମାତ୍ର ଗୋଲ୍‌ ଦେଇ ବିଶ୍ବ ପ୍ରସିଦ୍ଧ ହେବାର ବହୁ ପୂର୍ବରୁ, କୋଚିର ଜବାହରଲାଲ ନେହେରୁ ଷ୍ଟାଡିୟମ ଏବଂ କଲିକତାର ସଲ୍ଟ ଲେକ୍ ଷ୍ଟାଡିୟମଠାରେ ତାଙ୍କର ଏହି ଚମତ୍କାର ପ୍ରତିଭାର ଝଲକ ଦେଖିବାକୁ ମିଳିଥିଲା ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button