ଦେଶ ବିଦେଶ

Financial crisis: ଆର୍ଥିକ ସଙ୍କଟର କରୁଣ ପରିଣତି: ଗୁଜରାଟରେ ୫ ବର୍ଷର ଝିଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା

ଗୁଜରାଟର ଅମ୍‌ରେଲି ଜିଲ୍ଲାରେ ଆର୍ଥିକ ସଙ୍କଟର ଅତି କରୁଣ ପରିଣତି‌ ଦେଖିବାକୁ ମିଳିଛି। ଜଣେ ବାପା ଆର୍ଥିକ ସଙ୍କଟ ପାଇଁ ନିଜର ୫ ବର୍ଷର ଝିଅକୁ ହତ୍ୟା ପରେ ମର ଶରୀରକୁ ଫ୍ରିଜ୍‌ରେ ରଖି ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଅମ୍‌ରେଲି: ଗୁଜରାଟର ଅମ୍‌ରେଲି ଜିଲ୍ଲାରେ ଆର୍ଥିକ ସଙ୍କଟର ଅତି କରୁଣ ପରିଣତି‌ ଦେଖିବାକୁ ମିଳିଛି।  ଜଣେ ବାପା ଆର୍ଥିକ ସଙ୍କଟ ପାଇଁ  ନିଜର ୫ ବର୍ଷର ଝିଅକୁ ହତ୍ୟା ପରେ ମର ଶରୀରକୁ ଫ୍ରିଜ୍‌ରେ ରଖି  ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ହେଉଛି କିଶୋର ଧନକ ଏବଂ  ବୟସ ୪୦। ବେଲୁନ୍‌ ଏବଂ କ୍ୟାଣ୍ଡେଲ୍‌ରେ ସଜା ହୋଇଥିବା ଏକ ଘରେ ଏହି ଅପରାଧ ଘଟିଛି।  ମୃତ କିଶୋର ଧନକ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଲେଖି ଯାଇଛନ୍ତି। ସେ ନିଜେ ଏହି ଅପରାଧ ଘଟାଇଛନ୍ତି ବୋଲି ଚିଠିରେ ସ୍ବୀକାର କରିଛନ୍ତି।  ଝିଅର ମର ଶରୀରକୁ ସେ ଫ୍ରିଜ୍‌ରେ ରଖିଛନ୍ତି ବୋଲି ଚିଠିରେ ଲେଖିଛନ୍ତି।

ରାଜୁଲା ଡିଏସ୍‌ପି ନୟନ ଗୋରଦିୟା ଏନେଇ ସୂଚନା ଦେଇ କହିଛନ୍ତି, ଧନକ ଏକ ନିର୍ମାଣ ସ୍ଥଳରେ ସୁପରଭାଇଜର୍‌ ଭାବେ କାମ କରୁଥିଲେ। ସେ ତାଙ୍କ ଝିଅ ହିମାନ୍ସୀଙ୍କ ସହ ବୁଧବାର ଦିନ ଘ‌ରେ ଏକାକୀ ଥିବାବେଳେ ଝିଅକୁ ଶ୍ବାସରୁଦ୍ଧ କରି ମାରିଦେଇଥିଲେ। ଏହାପରେ ସେ ଝିଅର ମର ଶରୀରକୁ ଫ୍ରିଜ୍‌ରେ ରଖିବାପରେ ନିଜେ ଆତ୍ମହତ୍ୟା କରିଥିଲେ। ଏହି ମାମଲାରେ ରୁଜୁ ହୋଇଥିବା ଏତଲା ଅନୁଯାୟୀ ଧନକ ୩ଟି ସୁଇସାଇଡ୍‌ ନୋଟ୍‌ ଲେଖି ଏହାକୁ ବେଡ୍‌ ଉପରେ ରଖିଥିଲେ। ଗୋଟିଏ ନୋଟ୍‌ରେ ସେ ଲେଖିଥିଲେ ଯେ ସେ ଏକ ବ୍ୟକ୍ତିଗତ ଋଣ ନେଇ ଏହାକୁ ନିର୍ମାଣ କାର୍ଯ୍ୟରେ ବିନିଯୋଗ କରିଥିଲେ। ଧନକଙ୍କ ପତ୍ନୀ ମଞ୍ଜୁବେନ୍‌ ରୁଜୁ କରିଥିବା ଏତଲାରେ ଏହା ଦର୍ଶାଇଛନ୍ତି। ତାଙ୍କୁ ୭.୨୫ ଲକ୍ଷ ମିଳିବାର ଥିଲା। କିନ୍ତୁ ତାଙ୍କୁ ତାଙ୍କ ବ୍ୟବସାୟିକ ବନ୍ଧୁମାନେ ତାହା ଦେଲେନାହିଁ।  ତାଙ୍କ ପାଖରେ ଟଙ୍କା ନଥିବାରୁ ଏବଂ ଅନ୍ୟ କିଛି ବାଟ ନଥିବାରୁ   ନିଜ ଝିଅ ସହ ଆତ୍ମହତ୍ୟା କରିଦେଇଛନ୍ତି। ଦ୍ବିତୀୟ ଚିଠିରେ ସେ ଲେଖିଥିଲେ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କ  ଝିଅ ଯେମିତି କଷ୍ଟ ନପାଇବ ସେଥିପାଇଁ ସେ ତାକୁ ମାରିଦେଇଛନ୍ତି।  ତୃତୀୟ ଚିଠିରେ ସେ କ୍ଷମା ମାଗିବା ସହ ଝିଅର ମର ଶରୀରକୁ ଫ୍ରିଜ୍‌ରେ ରଖିଛନ୍ତି ବୋଲି ଲେଖିଥିଲେ। ଧନକଙ୍କ ପତ୍ନୀ ମଞ୍ଜୁବେନ ତାଙ୍କ ବାପା ଘରକୁ ଯାଇଥିବା ବେଳେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଧନକଙ୍କୁ ମଞ୍ଜୁବେନ୍‌ ବାରମ୍ବାର ଫୋନ୍‌ ଲଗାଇଥିଲେ ମଧ୍ୟ ସେ ନଉଠାଇବାରୁ ମଞ୍ଜୁବେନ ବୁଧବାର ସନ୍ଧ୍ୟାରେ ତାଙ୍କ ଭାଇଙ୍କୁ ‌ସେଠାକୁ ପଠାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button