ଦେଶ ବିଦେଶ

Pakistan mosque: ପାକିସ୍ତାନ ମସଜିଦ୍‌ରେ ଆତ୍ମଘାତୀ ବିସ୍ଫୋରଣ: ୨୧ ମୃତ, ୭୮ ଆହତ

ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶସ୍ଥିତ କୋହାଟ ଜିଲ୍ଲାର ଏକ ମସଜିଦ୍‌ରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏକ ଶକ୍ତିଶାଳୀ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି।

ପେଶାୱାର: ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶସ୍ଥିତ କୋହାଟ ଜିଲ୍ଲାର ଏକ ମସଜିଦ୍‌ରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏକ ଶକ୍ତିଶାଳୀ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ଏହି ଭୟଙ୍କର ଘଟଣାରେ ଅନ୍ତତଃ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୮ ଜଣ ଗୁରୁତର ଆହତ ହୋଇଛନ୍ତି। ଖାଇବର ପଖତୁନଖ୍ୱାର ରାଜଧାନୀ ପେଶାୱାରଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ପୁରୁଣା ପୁଲିସ ଲାଇନ୍ସ ନିକଟସ୍ଥ ମସଜିଦ୍‌ରେ ଏହି ବିସ୍ଫୋରଣ ଘଟିଥିବା ପୁଲିସ ଅଧିକାରୀମାନେ କହିଛନ୍ତି। ପ୍ରଦେଶ ପୁଲିସ ମୁଖ୍ୟ ଜୁଲଫିକର ହାମିଦଙ୍କ ସୂଚନା ଅନୁଯାୟୀ, ମୃତ ୨୧ ଜଣଙ୍କ ମଧ୍ୟରେ ୧୫ ଜଣ ପୁଲିସ କର୍ମଚାରୀ ରହିଛନ୍ତି। ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ମୁଖ୍ୟ ସୁପରିଣ୍ଟେଣ୍ଡେଣ୍ଟ ତାହିର ଅଲୀ ଶାହ କହିଛନ୍ତି ଯେ ବିସ୍ଫୋରଣ ପରେ ୧୫ଟି ଶବ ଏବଂ ୮୦ରୁ ଅଧିକ ଆହତଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ରାର୍ଥନା ପାଇଁ ସମବେତ ହୋଇଥିବା ଶ୍ରଦ୍ଧାଳୁମାନେ ହିଁ ଏହି ଆକ୍ରମଣର ମୁଖ୍ୟ ଶିକାର ହୋଇଛନ୍ତି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ମସଜିଦ୍‌ ବାହାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।

ଆକ୍ରମଣ ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି। ସ୍ଥିତି ଅନୁଧ୍ୟାନ ପାଇଁ ଅଧିକାରୀମାନେ ଘଟଣାସ୍ଥଳରେ ମୁତୟନ ଅଛନ୍ତି। ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନଥିବା ବେଳେ ଟିଟିପି ଆତଙ୍କବାଦୀ ଗୋଷ୍ଠୀ ଏଭଳି ବର୍ବର ଅାକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ, ଉତ୍ତରପଶ୍ଚିମ ହଙ୍ଗୁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କର ଏକ ଗାଡ଼ି ଉପରକୁ ଆକ୍ରମଣରେ ୬ ସୈନିକ ନିହତ ‌ହେବାପରେ ଆଜି ଏହି ଆକ୍ରମଣ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button