ଦେଶ ବିଦେଶ

FIR: ୬୦୦ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ

ଝାଡ଼ଖଣ୍ଡର ରାଞ୍ଚିରେ ବିଧାନସଭା ଅଭିମୁଖେ ଶୋଭାଯାତ୍ରା କରିବା ମାମଲାରେ ପୁଲିସ ୬୦୦ ଆନ୍ଦୋଳନକାରୀଙ୍କ ବିରୋଧରେ ଏକ ଏଫ୍‌ଆଇଆର ରୁଜୁ କରିଛି। ଏହି ମାମଲାରେ ୧୦୦ ଜଣ ଆନ୍ଦୋଳନକାରୀଙ୍କ ନାମ ଉଲ୍ଲେଖ କରାଯାଇଥିବା ବେଳେ ୫୦୦ ଜଣ ଅଜ୍ଞାତ ଛାତ୍ର...

ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିରେ ବିଧାନସଭା ଅଭିମୁଖେ ଶୋଭାଯାତ୍ରା କରିବା ମାମଲାରେ ପୁଲିସ ୬୦୦ ଆନ୍ଦୋଳନକାରୀଙ୍କ ବିରୋଧରେ ଏକ ଏଫ୍‌ଆଇଆର ରୁଜୁ କରିଛି। ଏହି ମାମଲାରେ ୧୦୦ ଜଣ ଆନ୍ଦୋଳନକାରୀଙ୍କ ନାମ ଉଲ୍ଲେଖ କରାଯାଇଥିବା ବେଳେ ୫୦୦ ଜଣ ଅଜ୍ଞାତ ଛାତ୍ର ଓ ଅନ୍ୟ ଆନ୍ଦୋଳନକାରୀଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଛି। ଝାଡ଼ଖଣ୍ଡ ନିଯୁକ୍ତି ପରୀକ୍ଷାଗୁଡ଼ିକରେ ହୋଇଥିବା ଅନିୟମିତତାକୁ ନେଇ ଛାତ୍ରମାନଙ୍କ ଦ୍ୱାରା ଜାରି ରହିଥିବା ଆନ୍ଦୋଳନ ଆଜି ୨୦ତମ ଦିବସରେ ପ୍ରବେଶ କରିଛି ଏବଂ ଆନ୍ଦୋଳନକାରୀମାନେ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ପ୍ରତିବାଦ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ‘ଜେପିଏସସି-ଜେଏସ୍‌ଏସ୍‌ସି ସଂସ୍କାର ମଞ୍ଚ’ ପକ୍ଷରୁ ରାଞ୍ଚିର ଜୟପାଳ ସିଂହ ମୁଣ୍ଡା ଷ୍ଟାଡିୟମରେ ନିଯୁକ୍ତି ପରୀକ୍ଷାରେ ଅଧିକ ସ୍ୱଚ୍ଛତା ଆଣିବା, କେତେକ ପରୀକ୍ଷାକୁ ବାତିଲ କରିବା ଏବଂ ସିବିଆଇ ଦ୍ୱାରା ଏକ ନିରପେକ୍ଷ ତଦନ୍ତ କରାଯିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସୋମବାର ଆନ୍ଦୋଳନକାରୀମାନେ ବିଧାନସଭା ଅଭିମୁଖେ ଶୋଭାଯାତ୍ରା କରୁଥିବା ସମୟରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା, ଯେଉଁ ସମୟରେ ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲାଠିଚାଳନା, ୱାଟର କ୍ୟାନନ ଏବଂ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ। ଏହି ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପରବର୍ତ୍ତୀ ସମୟରେ ବିଜେପି ପକ୍ଷରୁ ସମଗ୍ର ରାଜ୍ୟରେ ବନ୍ଦ ପାଳନ କରାଯାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button