ମହାନଗର

Fire: ରାଜଧାନୀରେ ଜଳିଗଲା କାର୍, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଜୟଦୁର୍ଗା ନଗରରେ ଗତ ରାତିରେ ଏକ କାର୍‌ରେ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ କାର୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି।

ଭୁବନେଶ୍ୱର: କାରରେ ଲାଗିଲା ନିଆଁ। କିଛି ସେକେଣ୍ଡରେ ପୋଡି ପାଉଁଶ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଜୟଦୁର୍ଗା ନଗରରେ ଗତ ରାତିରେ ଏକ କାର୍‌ରେ ଅଗ୍ନିକାଣ୍ଡ ଘଟିଛି। ଗାଡ଼ିରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ସୂଚନା ମିଳିବା ପରେ ଭୁବନେଶ୍ୱର ଫାୟାର ଷ୍ଟେସନ୍‌ର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।

ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ନିଆଁକୁ ଲିଭାଇଥିଲେ

ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରି ଲିଭାଇ ଦେଇଥିଲେ। ତେବେଅଗ୍ନିକାଣ୍ଡରେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ତଦନ୍ତ ଜାରି ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button