ଜାତୀୟ

Flood: ବନ୍ୟା ବିତ୍ପାତ; ୨୪ ଘଣ୍ଟାରେ ୨୧ ମୃତ, ୫.୬୪ ଲକ୍ଷ ଲୋକ ପ୍ରଭାବିତ, ବୁଡ଼ିଗଲା ୮୭୨ ଗାଁ

ଆସାମରେ ବନ୍ୟା ସଙ୍କଟ ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ୫୬୪,୦୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୮୭୨ ଗାଁ ବୁଡ଼ି ଯାଇଛି । ବ୍ରହ୍ମପୁତ୍ର ସମେତ ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ବୃଦ୍ଧି ପାଇଥିବାରୁ ପରିସ୍ଥିତି ଆହୁରି ଖରାପ ହେବାର ଆଶଙ୍କା କରାଯାଉଛି ।

ନୂଆଦିଲ୍ଲୀ,୨୨/୦୭: ଉବୁଟୁବୁ ଆସାମ । ଯେଉଁଆଡ଼େ ଚାହିଁଲେ ପାଣି ଆଉ ପାଣି । ଚାଷ ଜମି, ରାସ୍ତାଘାଟରେ ଆଣ୍ଟାଏ ଲେଖାଏଁ ପାଣି ଚାଲୁଛି । ଆସାମରେ ବନ୍ୟା ପରିସ୍ଥିତି ଖରାପ ହେବାରେ ଲାଗିଛି । ପୂର୍ବୋତ୍ତର ରାଜ୍ୟର ଅନେକ ଜିଲ୍ଲାରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି । ଯେଉଁଥିରେ ଶିବସାଗର ଜିଲ୍ଲାରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ୧୬ଟି ଜିଲ୍ଲାର ୫.୬୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି, ଯେତେବେଳେ ୮୭୨ଟି ଗାଁ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ହଜାର ହଜାର ପରିବାର ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ, ଏନଡିଆରଏଫ୍ ଏବଂ ଏସଡିଆରଏଫ ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଜଳସ୍ତର ବୃଦ୍ଧି ପାଇବା ଚିନ୍ତା ବଢ଼ାଇ ଦେଇଛି ।

୧୬ଟି ଜିଲ୍ଲାରେ ବନ୍ୟା ପ୍ରଭାବ- ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହେଉଛି । ଶିବସାଗର, ଦିବ୍ରୁଗଡ଼, ଜୋରହାଟ, ଗୋଲାଘାଟ, ଚରାଇଦେଓ, ଧେମାଜି, ତିନସୁକିଆ, ନାଗାଓଁ, ବିଶ୍ୱନାଥ, କାମରୂପ ଏବଂ କାର୍ବି ଆଙ୍ଗଲଙ୍ଗ ସମେତ ଅନେକ ଜିଲ୍ଲା ପ୍ରଭାବିତ ହୋଇଛି । ୧୬ ଜିଲ୍ଲାରେ ୫ ଲକ୍ଷ ୬୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଗାଁ ଏବଂ ଚାଷ ଜମିରେ ବନ୍ୟାଜଳ ପଶିବାରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଅନେକ ଅଞ୍ଚଳରେ ରାସ୍ତା ସଂଯୋଗ ମଧ୍ୟ ପ୍ରଭାବିତ ହୋଇଛି । ୮୨୭ଟି ଗାଁ ଜଳମଗ୍ନ ହୋଇଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button