ରାଜ୍ୟ

Flood In Keonjhar: ହାଟଡିହିରେ ବନ୍ୟା ବିଭୀଷିକା: ୩୧, ୭୮୦ ଲୋକ ପ୍ରଭାବିତ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି। ବର୍ଷାର ପ୍ରକୋପ କମିଯାଇଛି। କିନ୍ତୁ ବନ୍ୟା ପରିସ୍ଥିତିରେ ସୁଧାର ଆସି ପାରିନିl ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଅନେକ ଗ୍ରାମ ଜଳବନ୍ଦୀ...

ହାଟଡିହି (କିଶୋର ଆଚାର୍ଯ୍ୟ):କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି। ବର୍ଷାର ପ୍ରକୋପ କମିଯାଇଛି। କିନ୍ତୁ ବନ୍ୟା ପରିସ୍ଥିତିରେ ସୁଧାର ଆସି ପାରିନିl ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଅନେକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛିl ଲୋକଙ୍କ ଘର ଭିତରେ ବନ୍ୟା ଜଳ ଲହଡି ମାରୁଥିବା ବେଳେ ବିଭିନ୍ନ ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ ଭାବେ ବିଛିନ୍ନ ହୋଇପଡିଛି।

ବନ୍ୟା ଭୟରେ ଅନେକ ଲୋକ ମଙ୍ଗଳବାର ରାତିରୁ ଘରୁ ବାହାରକୁ ପଳାଇ ଆସିଥିଲେ। ଡ଼ିମିରିଆ, ହାବଳେଶ୍ୱର,ଶାଳବଣି,ଜମ୍ଭରା, ଆଇତିପୁର, ସିଂଡୋଭ, ମଙ୍ଗରାଜପୁର, ଗେଡ଼ମା, ମଧୁପୁର, ରାଘବପୁର, ଜଳସରପୁର, ଅମୃତପୁର, ରତକଣା, ତରଭା, କରଗୋଳା, ସମଣା, ଚାପୁଣ୍ଡିଆ, ଅଣତିରା, ତେଲସିଙ୍ଗା ପ୍ରଭୃତି ଗ୍ରାମ ଜଳବନ୍ଦୀ ହୋଇପଡିଛି। ରାସ୍ତାଉପରେ ପ୍ରାୟ ୫/୬ ଫୁଟ ଉଚ୍ଚତାର ବନ୍ୟା ଜଳ ପ୍ରବାହିତ ହେଉଛି। ଯାତାୟାତ ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଛି। ବିଦ୍ୟୁତ ସରବରାହରେ ବିଭ୍ରାଟ ମଧ୍ୟ ଉପୁଜିଛି l

ବ୍ଲକ ଅଧୀନ ବନ୍ୟା ପ୍ରଭାବିତ ୯ଟି ପଞ୍ଚାୟତର ୪୦ଟି ଗ୍ରାମର ୩୧ ହଜାର ୭୮୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତିl ସେଥି ମଧ୍ୟରୁ ୩୦ଟି ଗ୍ରାମ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଥିବା ବେଳେ ୧୦ଟି ଗ୍ରାମ ଆଂଶିକ ଭାବେ ପ୍ରଭାବିତ ହୋଇଛି। ୧୨୭ ଜଣ ଛୋଟ ଛୁଆଙ୍କୁ ମିଶାଇ ଅଦ୍ୟାବଧି ମୋଟ ୧ ହଜାର ୬୭୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ୩ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୫ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ (ବିଦ୍ୟାଳୟ)ରେ ରଖାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button