Flower Exhibition: ମନମୋହିଲା ପୁଷ୍ପ ପ୍ରଦର୍ଶନୀ

କେଉଁଠି ତୋରଣରେ ହାତୀ। ଆଉ କେଉଁଠି ଗୋଲାପରେ ଅଶୋକଚକ୍ର। କେଉଁଠି ଡାଲିଆ ଫୁଲରେ ତିଆରି ହୋଇଛି ମୟୂର। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ୍‌, ଗ୍ଲାଡିଓଲି, ଆଷ୍ଟ୍ରରିୟମ, ସାଲଭିଆ, ଆଣ୍ଟିରିନିୟମ୍‌ ପରି ଦେଶୀ, ବିଦେଶୀ ଫୁଲର ସମାହାର ହୋଇଛି।

ଖଣ୍ଡଗିରି: କେଉଁଠି ତୋରଣରେ ହାତୀ। ଆଉ କେଉଁଠି ଗୋଲାପରେ ଅଶୋକଚକ୍ର।  କେଉଁଠି ଡାଲିଆ ଫୁଲରେ ତିଆରି ହୋଇଛି ମୟୂର। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ୍‌, ଗ୍ଲାଡିଓଲି, ଆଷ୍ଟ୍ରରିୟମ, ସାଲଭିଆ, ଆଣ୍ଟିରିନିୟମ୍‌ ପରି ଦେଶୀ, ବିଦେଶୀ ଫୁଲର ସମାହାର ହୋଇଛି। ସେହିଭଳି ବିଭିନ୍ନ କିସମର ଆଳଙ୍କାରିକ ଗଛ ଯଥା ଫଣି, ଆଗ୍ଲୋନିମା, ପାମ୍, ଡାଇଫେନ୍‌ବେକିଆ, ଫିଲୋଡେଣ୍ଡ୍ରନ୍‌ ଆଦି ବିଭିନ୍ନ ରଙ୍ଗ ଓ କିସମ ଫୁଲରେ ସଜେଇ ହୋଇଛି ଏକାମ୍ରକା‌ନନ। ଏଥର ‌ବନ୍‌ସାଇ ବି କିଛି କମ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିନି। ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଦେଖଣାହାରୀଙ୍କ ମନ ଜିଣିନେଇଛି। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଭାସ୍କର ଶର୍ମା,  ବିଭାଗର ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ ସୁରେଶ ପନ୍ତ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବ।ହୀ ସୁଧାଂଶୁ ଶେଖର ଖୋରା, ପ୍ଲାଣ୍ଟ ଲଭର୍ସ ଆସୋସିଏସନ ସଭାପତି କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ ‘ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌’ ଲୋକାର୍ପିତ ହୋଇଛି। ସେହିପରି ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପକ୍ଷରୁ ସିକିମ୍‌ର ନ୍ୟାସନାଲ ରିସର୍ଚ ସେଣ୍ଟର୍‌ ପଣ ଅର୍କିଡ୍‌ସ, ଲକ୍ଷ୍ନୋର ନ୍ୟାସ୍‌ନାଲ ବଟାନିକାଲ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ ଆଣ୍ଡ ମା‌ଟେରିଆଲ୍‌ ଟେକ୍‌ନୋଲୋଜି ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର୨୦୨୫-୨୬ ବର୍ଷର ବାର୍ଷିକ ଗବେଷଣା ରିପୋର୍ଟ, ସୋଲାନାସି ବଂଶର ମନୋଗ୍ରାମ୍‌, ଔଷଧୀୟ ଉଦ୍ଭିଦ ପୁସ୍ତକ, ଅର୍କିଡ୍‌ ପୁସ୍ତକ, ଅର୍କିଡ୍‌ ଟେବୁଲ୍‌ ପୁସ୍ତକ ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ପ୍ରକାଶିତ ‘ସବୁଜିମା’ ପତ୍ରିକାକୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଉନ୍ମୋଚନ କରିଥିଲେ। ୧୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ।

ନଚେଇଲା ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌
‘ଓଡ଼ିଶା ମୋ ଓଡ଼ିଶା’, ‘ଏକ ନଦୀ ସେ ବହ୍‌ ରହେ ହେ ଆଦିୟୋଗୀ’,‘ଜୟ ହୋ’, ‌‘ହେ ଦେୱା ଶ୍ରୀ ଗଣେଶା ଦେୱା’। ଦିନମାନ ଏଭଳି ଗୀତର ତାଳରେ, ଆଲୋକ ଓ ପାଣିର ସମନ୍ବୟରେ ମନ ଜିଣୁଥିଲା ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌। ଡେସ୍‌ପାସିତୋ, ଗେମ୍‌ ଅଫ୍‌ ଥ୍ରୋ

ନ୍‌ସର ବିଜିଏମ୍‌ ତ ପୁଣି କେତେବେବେଳ ଓଡ଼ିଶା କଳା, ଐତିହ୍ୟକୁ ନେଇ ପାଣି ନାଚ। ଫାଉଣ୍ଟେନ୍‌ ଉପରେ ବିଭିନ୍ନ ରଙ୍ଗର ଲେଜର୍‌ ଲାଇଟ୍‌ର ଜାଦୁ ଢେର୍‌ ସମୟ ପାଇଁ ଦର୍ଶକଙ୍କୁ ବାନ୍ଧିରଖୁଛି। ଉଦ୍‌ଘାଟନ ପରେ ହଜାର ହଜାର ‌ପର୍ଯ୍ୟଟକ ଆଜି ପାର୍କରେ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ର ମଜା ନେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version