ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ଖାଦ୍ୟ ଶସ୍ୟ ଉତ୍ପାଦନ ଏବେ ରେକର୍ଡ ସ୍ତରରେ ରହିଛି। ବିଶେଷକରି ଧାନ ଓ ଗହମ କ୍ଷେତ୍ରରେ ଦେଶରେ ବଳକା ସ୍ଥିତି ରହିଛି। ଭାରତ ସରକାର କୃଷକମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ସହ କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ଚୌହାନ ପ୍ରକାଶ କରିଛନ୍ତି। ଭାରତ ଖାଦ୍ୟ ଶସ୍ୟ ଉତ୍ପାଦନରେ ବଳକା ହେବା ସହ ସମଗ୍ର ବିଶ୍ବର ଖାଦ୍ୟଶସ୍ୟ ଚାହିଦା ପୂରଣ କରି ପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
ଯୋଜନାର ସୁଫଳ ଚାଷୀମାନେ ପାଇ ପାରୁ ନାହାନ୍ତି
କୃଷକମାନଙ୍କ ଆୟ ବୃଦ୍ଧି କରିବା ଓ ଦେଶରେ କୃଷି ଭିତ୍ତିଭୂମିକୁ ଦୃଢ଼ କରିବା ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହ୍ବାନ ଦୃଢ଼ୋକ୍ତି କରିଛନ୍ତି। ତେବେ ପଶ୍ଚିମବଙ୍ଗ ଭଳି ରାଜ୍ୟରେ କେତେକ କେନ୍ଦ୍ରୀୟ ଯୋଜନା ଲାଗୁ କରାଯାଉ ନଥିବାରୁ ଏହି ସବୁ ଯୋଜନାର ସୁଫଳ ସେଠାକାର ଚାଷୀମାନେ ପାଇ ପାରୁ ନାହାନ୍ତି ବୋଲି ଶ୍ରୀ ଚୌହ୍ବାନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
କୃଷି ଉତ୍ପାଦନକୁ ନେଇ ଆନ୍ତର୍ଜାତିକ ସ୍ତରରେ ଭାରତ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରି ପାରିଛି। ଚାଉଳ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ଚୀନ୍କୁ ଅତିକ୍ରମ କରି ସାରିଛି। ସେହିପରି ଗହମ ଉତ୍ପାଦନରେ ମଧ୍ୟ ରେକର୍ଡ ହୋଇଛି। ତୈଳବୀଜ, ଫଳ ଓ ପନିପରିବା ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉପରେ ମନ୍ତ୍ରଣାଳୟ ଗୁରୁତ୍ବ ଦେଉଥିବା ଶ୍ରୀ ଚୌହାନ କହିଛନ୍ତି।
ସୌଜନ୍ୟ ସମ୍ବାଦ
