ବୈଠକରେ ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ସୁରେଶ ପନ୍ତ, ପିସିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା, ପିସିସିଏଫ୍(କେନ୍ଦୁପତ୍ର) ଉମା ନନ୍ଦୁରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ସମ୍ମିଳନୀରେ ଅନୁଗୁଳ, ବାରିପଦା, ବ୍ରହ୍ମପୁର, ଭବାନୀପାଟଣା, କୋରାପୁଟସମ୍ବଲପୁର, ରାଉରକେଲା ଓ ଭୁବନେଶ୍ୱର ଆଞ୍ଚଳିକ ବନ ସଂରକ୍ଷକ ମଣ୍ଡଳୀର ମୁଖ୍ୟମାନେ ନିଜ ନିଜ ସର୍କଲର ସମସ୍ୟା ଓ ସଫଳତା ଉପରେ ଉପସ୍ଥାପନ କରିଥିଲେ। ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବଲୱନ୍ତ ସିଂହ ମଧ୍ୟ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ମଧ୍ୟରେ ଥିବା ସମନ୍ୱୟ ରକ୍ଷା ଉପରେ ଆଲୋଚନା କରିଥିଲେ।