ଜୀବନଚର୍ଯ୍ୟା

Gender: ଭାଙ୍ଗୁଛି ଲିଙ୍ଗଭିତ୍ତିକ ପେସାର ଧାରଣା

ଭାରତର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏକ ନିରବ ବିପ୍ଳବ ଚାଲିଛି। କେବଳ ନାରୀ ବା ପୁରୁଷ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟ କରିପାରିବେ ବୋଲି ରହିଥିବା ବଦ୍ଧମୂଳ ଧାରଣାକୁ ନୂଆ ପିଢ଼ିର ପେସାଦାରମାନେ ଭାଙ୍ଗିବାରେ ଲାଗିଛନ୍ତି।

ଭାରତର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏକ ନିରବ ବିପ୍ଳବ ଚାଲିଛି। କେବଳ ନାରୀ ବା ପୁରୁଷ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟ କରିପାରିବେ ବୋଲି ରହିଥିବା ବଦ୍ଧମୂଳ ଧାରଣାକୁ ନୂଆ ପିଢ଼ିର ପେସାଦାରମାନେ ଭାଙ୍ଗିବାରେ ଲାଗିଛନ୍ତି। ‘ଵାର୍କଇଣ୍ଡିଆ’ ଦ୍ବାରା କରାଯାଇଥିବା ସଦ୍ୟ ଅଧ୍ୟୟନ ଅନୁସାରେ ଯେଉଁସବୁ କାର୍ଯ୍ୟ ବା ପେସା କେବଳ ଗୋଟିଏ ଲିଙ୍ଗର କର୍ମଚାରୀଙ୍କ ସହ ଜଡ଼ିତ ଥିଲା ସେଗୁଡ଼ିକରେ ଏବେ ବିପରୀତ ଲିଙ୍ଗର କର୍ମଚାରୀମାନେ ରେକର୍ଡ ସଂଖ୍ୟାରେ ପ୍ରବେଶ କରୁଛନ୍ତି।
ଉଚ୍ଚ-ଦକ୍ଷତାସଂପନ୍ନ ପେସାଦାର ପଦରେ ପାରମ୍ପରିକ ଭାବେ ପୁରୁଷମାନେ ନିଯୁକ୍ତ ହେଉଥିବା ବେଳେ ମହିଳାମାନେ ଏବେ ସେହିସବୁ ପଦ ପାଇଁ ଅଧିକ ସଂଖ୍ୟାରେ ଆବେଦନ କରୁଛନ୍ତି। ଉଦାହରଣ ସ୍ବରୂପ ଆଇନ ପେସାରେ ପୁରୁଷଙ୍କ ପ୍ରାଧାନ୍ୟ ରହିଆସିଛି କିନ୍ତୁ ୨୦୨୪ରୁ ୨୦୨୫ ମଧ୍ୟରେ ଆଇନ ପେସାରେ ନିଯୁକ୍ତି ଲାଗି ମହିଳା ଆବେଦନକାରୀଙ୍କ ସଂଖ୍ୟା ୧୩୭% ବୃଦ୍ଧି ପାଇଛି।

ଅପର ପକ୍ଷେ ନାରୀମାନଙ୍କ କାମ ଭାବେ ସାମାଜିକ ସ୍ବୀକୃତି ମିଳିଥିବା କାର୍ଯ୍ୟରେ ଏବେ ପୁରୁଷମାନେ ବିପୁଳ ସଂଖ୍ୟାରେ ପ୍ରବେଶ କରୁଛନ୍ତି। ମାନବ ସମ୍ବଳ ଭଳି ମହିଳାଙ୍କ ପ୍ରାଧାନ୍ୟ ଥିବା କ୍ଷେତ୍ରରେ ପୁରୁଷ ଆବେଦନକାରୀଙ୍କ ସଂଖ୍ୟା ଗତ ବର୍ଷକ ମଧ୍ୟରେ ୭୩% ବୃଦ୍ଧି ଦେଖାଯାଇଛି। ସୌନ୍ଦର୍ଯ୍ୟ ଓ ଯତ୍ନ କ୍ଷେତ୍ର ପ୍ରତି ମଧ୍ୟ ପୁରୁଷ କର୍ମଚାରୀଙ୍କ ଆଗ୍ରହରେ ୫୧% ବୃଦ୍ଧି ଦେଖିବାକୁ ମିଳିଛି। ଦୀର୍ଘ ବର୍ଷର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଯୋଗୁଁ ଆଜି କର୍ପୋରେଟ୍‌ ଦୁନିଆରେ ଲିଙ୍ଗଭିତ୍ତିକ କ୍ୟାରିଅର୍ ପସନ୍ଦର ବଦ୍ଧମୂଳ ଧାରଣା ଭାଙ୍ଗିପାରିଛି। ଏହା ଦ୍ବାରା ସବୁ କାର୍ଯ୍ୟକ୍ଷେତ୍ରରେ ପ୍ରକୃତ ପକ୍ଷେ ଲିଙ୍ଗ ସମାନତା ଦେଖିବାକୁ ମିଳିବ ବୋଲି ଆଶା କରାଯାଏ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button