ଦେଶ ବିଦେଶବାଣିଜ୍ୟ

Gold and Silver Rates Today: ଏଇ ସପ୍ତାହରେ କେତେ କମିଲା ସୁନା ଓ ରୁପା ?

Gold and Silver Rates Today: ଏଇ ସପ୍ତାହରେ ସୁନା ଏବଂ ରୁପା ମୂଲ୍ୟ ହ୍ରାସ ପାଇଛି। ସୁନା ପ୍ରତି ୧୦ ଗ୍ରାମ ₹୧,୨୧୬ ହ୍ରାସ ପାଇଥିବା ବେଳେ ରୁପା କମିଛି ₹୩,୩୮୯ ଟଙ୍କା। ଦର ହ୍ରାସ ପରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୧,୫୦,୨୬୩ ଟଙ୍କା ରହିଛି। ପୂର୍ବରୁ, ଏହା ଗତ ସପ୍ତାହରେ, ଏପ୍ରିଲ ୨୫ ତାରିଖରେ ୧,୫୧,୪୭୯ ଟଙ୍କା ରହିଥିଲା। ଏହି ସମୟରେ ରୂପା ପ୍ରତି କିଲୋଗ୍ରାମ ₹୨,୪୩,୭୨୦ ରୁ ହ୍ରାସ ପାଇ ₹୨,୪୦,୩୩୧ ରେ ପହଞ୍ଚିଛି।

ଅଲ୍ ଟାଇମ ହାଇରୁ ୨୬ ହଜାର ଶସ୍ତା ସୁନା

ବର୍ଷ ଆରମ୍ଭରେ ସୁନା ମୂଲ୍ୟ ଅଧିକ ଥିଲା କିନ୍ତୁ ଲାଭ-ବୁକିଂ ଏବଂ ଇରାନ ଯୁଦ୍ଧ ଯୋଗୁ ଗତ କିଛି ସପ୍ତାହରେ ଏହା ହ୍ରାସ ପାଇଛି। ୨୦୨୫ ଡିସେମ୍ବର ୩୧ ତାରିଖରେ ୨୪ କ୍ୟାରେଟ ସୁନା ମୂଲ୍ୟ ଥିଲା ୧.୩୩ ଲକ୍ଷ ଟଙ୍କା। ଏହାପରେ ୨୯ ଜାନୁଆରୀ ୨୦୨୬ରେ ଏହା ସର୍ବୋଚ୍ଚ ସ୍ତର ୧.୭୬ ହଜାର ଟଙ୍କା ଛୁଇଁଥିଲା। ହେଲେ ଇରାନ ଯୁଦ୍ଧ ପରେ ଏଥିରେ ୨୬ ହଜାର ଟଙ୍କା ହ୍ରାସ ପାଇ ୧.୫୦ ଲକ୍ଷ ରହିଛି।

ରୁପା ଦରରେ ଲକ୍ଷାଧିକ ହ୍ରାସ

ସୁନା ଅପେକ୍ଷା ରୁପା ଦରରେ ଅଧିକ ଅପଡାଉନ ହୋଇଛି। ଅଲ୍ ଟାଇମ ହାଇରୁ ଲକ୍ଷାଧିକ ଶସ୍ତା ହୋଇଛି ରୁପା ମୂଲ୍ଯ। ଗତବର୍ଷ ୨୦୨୫ ଡିସେମ୍ବର ୩୧ ତାରିଖ ସୁ୍ଦ୍ଧା ରୁପା ଦର ୨.୩୦ ଲକ୍ଷ ଟଙ୍କା ଥିଲା। ହେଲେ ୨୯ ଜାନୁଆରୀ ୨୦୨୬ ସୁଦ୍ଧା ଏହା ୩.୮୬ ଲକ୍ଷ ଟଙ୍କାର ଅଲ୍ ଟାଇମ ହାଇରେ ପହଞ୍ଚିଥିଲା। ଏହି ୯୧ ଦିନ ମଧ୍ୟରେ ରୁପା ମୂଲ୍ୟରେ ୧.୪୬ ଲକ୍ଷ ଟଙ୍କା ହ୍ରାସ ପାଇ ବର୍ତ୍ତମାନ ଏକ କେଜି ମୂଲ୍ୟ ୨.୪୦ ଲକ୍ଷ ଟଙ୍କା ରହିଛି।

 

 

 

ସୌଜନ୍ୟ Prameya News7

Show More
Back to top button